ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଚଳିତ ବର୍ଷ ଏସିଆ କପ୍ରେ ଫର୍ମକୁ ଫେରିବା ପରେ ଧମାଲ କରିଚାଲିଛନ୍ତି। ଏସିଆ କପ୍ରେ ଭଲ ପଦର୍ଶନ କରିଥିବା ବେଳେ ଟି-୨୦ ବିଶ୍ବକପ୍ରେ ମଧ୍ୟ ଦମଦାର ପଦର୍ଶନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ବିରାଟଙ୍କୁ ମିଳିଛି ‘ଆଇସିସି ପ୍ଲେୟାର ଅଫ୍ ଦି ମନ୍ଥ’ ପୁରସ୍କାର। ଅକ୍ଟୋବର ମାସ ପାଇଁ ସେ ଏହି ସମ୍ମାନ ପାଇଛନ୍ତି । ଅକ୍ଟୋବରରେ କୋହଲି ମୋଟ ୨୦୫ ରନ୍ କରିଥିଲେ। ଏଥିପାଇଁ ତାଙ୍କୁ ଏହି ବିଶେଷ ସମ୍ମାନ ମିଳିଛି।
କୋହଲିଙ୍କ ସହ ଜିମ୍ବାୱେ ଦଳର ସିକନ୍ଦର ରଜା ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ମଧ୍ୟ ପୁରୁଷ ବର୍ଗରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। କିନ୍ତୁ ଏହି ପୁରସ୍କାର କୋହଲିଙ୍କ ହାତକୁ ଆସିଛି। କୋହଲି ପ୍ରଥମ ଥର ପାଇଁ ଏହି ପୁରସ୍କାର ପାଇଛନ୍ତି। ଗତ ମାସରେ ଅର୍ଥାତ୍ ଅକ୍ଟୋବରରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ସେ ଏହି ସମ୍ମାନ ପାଇଛନ୍ତି। ବିରାଟ ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି। ସେ ୫ଟି ମ୍ୟାଚ୍ରୁ ୩ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩ଥର ଅପରାଜିତ ରହିଛନ୍ତି।
୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି। ୩୪ ବର୍ଷୀୟ ବିରାଟ କୋହଲି ପ୍ରାୟ ତିନି ବର୍ଷ ଧରି ଖରାପ ଫର୍ମ ସହ ଲଢ଼ୁଥିଲେ। କିନ୍ତୁ ସେ ତିନି ମାସ ମଧ୍ୟରେ ନିଜର ଫର୍ମକୁ ଫେରିଛନ୍ତି। ଚଳିତ ଟି-୨୦ ବିଶ୍ୱକପ ସିଜନରେ କୋହଲି ଏପର୍ଯ୍ୟନ୍ତ ସର୍ବାଧିକ ୨୪୬ରନ୍ ସଂଗ୍ରହ କରିଛନ୍ତି।