ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...

ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ସବୁଠାରୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍‌ ୨୦୨୬ ଆରମ୍ଭ ହେବାକୁ ଯାଉଛି। ଆମେରିକା, ମେକ୍ସିକୋ ଓ କାନାଡାରେ ଆରମ୍ଭ ହେବାକୁ ଥିବା ଏହି ବିଶ୍ୱକପ୍‌ରେ ୪୮ଟି ଦଳ ଖେଳିବେ ଓ ମୋଟ୍‌ ଉପରେ ୧୦୪ଟି ମ୍ୟାଚ୍‌ ଖେଳାଯିବ। ସାଧାରଣତଃ ଗୋଲ୍‌ ସ୍କୋରର ଓ ମିଡ଼ଫିଲ୍ଡରମାନେ ଅଧିକ ଚର୍ଚ୍ଚାରେ ରହୁଥିବାବେଳେ, ଆଧୁନିକ ଫୁଟବଲ୍‌ରେ ରକ୍ଷକମାନଙ୍କ ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଏଥର ବିଶ୍ୱକପ୍‌ରେ କିଛି ଡିଫେଣ୍ଡର ନିଜ ପ୍ରଦର୍ଶନ ଦ୍ୱାରା ସବୁଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି।

ଗାବ୍ରିଏଲ୍‌ ମାଗାଲହାଏସ୍‌ (ବ୍ରାଜିଲ୍‌)
ବ୍ରାଜିଲ୍‌ର ଏହି କେନ୍ଦ୍ରୀୟ ରକ୍ଷକ ଗତ ଋତୁରେ ନିଜ କ୍ଲବ୍‌ ପାଇଁ ଦୁର୍‌ଦ୍ଦାନ୍ତ ପ୍ରଦର୍ଶନ କରିଥିଲେ। ଆକାଶମାର୍ଗରେ ବଲ୍‌?କୁ ନିୟନ୍ତ୍ରଣ କରିବା ଓ ବିପକ୍ଷ ଆକ୍ରମଣକୁ ରୋକିବାରେ ସେ ଦକ୍ଷ। ବ୍ରାଜିଲ୍‌?ର ଷଷ୍ଠ ବିଶ୍ୱକପ୍‌ ସ୍ୱପ୍ନ ପୂରଣରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ୱିଲିୟମ୍‌ ସାଲିବା (ଫ୍ରାନ୍ସ)
ଫ୍ରାନ୍ସର ରକ୍ଷଣଭାଗର ମୁଖ୍ୟ ଭରସା ହେଉଛନ୍ତି ସାଲିବା। ଦୃଢ଼ ରକ୍ଷଣ ଓ ଖେଳକୁ ପଢ଼ିବାର କ୍ଷମତା ତାଙ୍କୁ ବିଶ୍ୱର ଶ୍ରେଷ୍ଠ ରକ୍ଷକମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ଚୋଟରୁ ସୁସ୍ଥ ହୋଇ ସେ ବିଶ୍ୱକପ୍‌ରେ ଫେରୁଛନ୍ତି।

ଭର୍ଜିଲ୍‌ ଭାନ୍‌ ଡାଇକ୍‌ (ନେଦରଲ୍ୟାଣ୍ଡସ)
ଅଭିଜ୍ଞ ଭାନ୍‌ ଡାଇକ୍‌ ଏବେ ବି ନେଦରଲ୍ୟାଣ୍ଡ ଦଳର ମେରୁଦଣ୍ଡ। ତାଙ୍କ ନେତୃତ୍ୱ, ଶାରୀରିକ ଦକ୍ଷତା ଓ ସଠିକ୍‌ ସ୍ଥାନ ଚୟନ କ୍ଷମତା ଦଳକୁ ବଡ଼ ସଫଳତା ଦେଇପାରେ। ନେଦରଲ୍ୟାଣ୍ଡର ପ୍ରଥମ ବିଶ୍ୱକପ୍‌ ଜିତିବା ଆଶାରେ ସେ ମୁଖ୍ୟ ଅସ୍ତ୍ର।

ଆଶ୍ରାଫ୍‌ ହାକିମି (ମୋରୋକ୍କୋ)
ଦ୍ରୁତଗତି ଓ ଆକ୍ରମଣାତ୍ମକ ଖେଳ।ଇଁ ପରିଚିତ ହାକିମି ୨୦୨୨ ବିଶ୍ୱକପ୍‌ରେ ମୋରୋକ୍‌କୋକୁ ସେମିଫାଇନାଲ୍‌?ରେ ପହଞ୍ଚାଇବାରେ ବଡ଼ ଭୂମିକା ନେଇଥିଲେ। ଡାହାଣ ପାର୍ଶ୍ୱରୁ ତାଙ୍କ ଆକ୍ରମଣ ବିପକ୍ଷ ଦଳ ପାଇଁ ସବୁବେଳେ ବିଦ ସୃଷ୍ଟି କରେ।

ନୁନୋ ମେଣ୍ଡେସ୍‌ (ପର୍ତ୍ତୁଗାଲ୍‌)
ବାମ।ର୍ଶ୍ୱର ଏହି ଯୁବ ରକ୍ଷକ ଗତି, ଶକ୍ତି ଓ ସଠିକ୍‌ କ୍ରସ୍‌ ପାଇଁ ଜଣାଶୁଣା। ଶାନ୍ତ ଭାବେ ନିଜ କାମ କରୁଥିବା ମେଣ୍‌ଡେସ୍‌ ପର୍ତ୍ତୁଗାଲ୍‌?ର ବିଶ୍ୱକପ୍‌ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି। ଫିଫା ବିଶ୍ୱକପ୍‌ ୨୦୨୬ରେ ଗୋଲ୍‌ ସ୍କ?ରରମାନଙ୍କ ସହ ଏହି ରକ୍ଷକମାନେ ମଧ୍ୟ ନିଜ ଦକ୍ଷତାର ଛା ଛାଡ଼ିବାକୁ ପ୍ରସ୍ତୁତ। ଦଳର ସଫଳତାରେ ରକ୍ଷଣଭାଗର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏହି ତାରକା ଖେଳାଳିମାନେ ପୁଣିଥରେ ପ୍ରମାଣ କରିବାକୁ ଚେଷ୍ଟା କରିବେ।

About The Author: Sakala Desk