ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସୁନୀଲ ଛେତ୍ରୀ ନିଜେ ଟ୍ବିଟ କରି ଜଣାଇଛନ୍ତି।
ସେ ଟ୍ବିଟରେ ଲେଖିଛନ୍ତି ଯେ,ମୁଁ କରୋନା ଆକ୍ରାନ୍ତ ହୋଇଛି। ହେଲେ, ମୁଁ ଏବେ ଭଲ ଅନୁଭବ କରୁଛି। ଏବେ ଧୀରେ ଧୀରେ ସୁସ୍ଥ ହେଉଛି ଏବଂ ଶୀଘ୍ର ଫୁଟବଲ୍ ପିଚକୁ ଫେରିବି। ସମସ୍ତଙ୍କୁ ସର୍ବଦା ସମସ୍ତ ସୁରକ୍ଷା ସାବଧାନତା ଅବଲମ୍ବନ କରିବାକୁ ସ୍ମରଣ କରାଇବା ପାଇଁ ଭଲ ସମୟ ବୋଲି କିଛି ନ ଥାଏ ବୋଲି ସୁନୀଲ ଛେତ୍ରୀ କହିଛନ୍ତି।