ଆଇପିଏଲ ୨୦୨୩: ସନ୍‌ରାଇଜର୍ସକୁ ୭୨ ରନରେ ହରାଇଲା ରାଜସ୍ଥାନ ରୟାଲ୍‌ସ

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିଲା। ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ରବିବାର ଅପରାହ୍‌ଣରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦୩ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ସନ୍‌ରାଇଜର୍ସକୁ ୨୦୪ ରନର ଆବଶ୍ୟକତା ରହିଥିଲା। ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୮ୱିକେଟ ହରାଇ ୧୩୧ […]

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିଲା। ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ରବିବାର ଅପରାହ୍‌ଣରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦୩ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ସନ୍‌ରାଇଜର୍ସକୁ ୨୦୪ ରନର ଆବଶ୍ୟକତା ରହିଥିଲା। ହେଲେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୨୦ ଓଭରରେ ୮ୱିକେଟ ହରାଇ ୧୩୧ ରନ କରିବାକୁ  ସକ୍ଷମ ହୋଇଥିଲା। ଫଳରେ ଏହି ମ୍ୟାଚକୁ ୭୨ ରନରେ ଜିତିନେଇଛି ରାଜସ୍ଥାନ ରୟାଲ୍‌ସ ।

ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ଅଭିଶେକ ଶର୍ମା ଓ ରାହୁଲ ତ୍ରୀପାଠି କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ମୟଙ୍କ ଅଗ୍ରୱାଲ ୨୩ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ହାରି ବ୍ରୁକ ୨୧ ବଲରେ ୨୩ ରନ କରି ଆଉଟ ହୋଇଥିଲେ । ୱାସିଙ୍ଗଟନ ସୁନ୍ଦର ୫ ବଲରେ ୧ ରନ କରି ଆଉଟ ହୋଇଥିଲେ । ଗ୍ନେନ ଫିଲିପ୍ସ ୬ ବଲରେ ୮ ରନ କରି ଆଉଟ ହୋଇଥିବା ବେଳେ ଆଦିଲ ରସିଦ ୧୩ ବଲରେ ୧୮ ରନ କରି ଆଉଟ ହୋଇଥିଲେ। ପରେ ଅବଦୁଲ ସାମଦ ଓ ଭୁବନେଶ୍ବର କୁମାର ପାରିକୁ ସମ୍ଭାଳିିଥିଲେ। ପରେ ଭୁବନେଶ୍ବର କୁମାର ୧୦ ବଲରେ ୬ ରନ କରି ଆଉଟ ହୋଇଥିଲେ। ଉମରାନ ମଲ୍ଲିିକ ୮ ବଲରେ ୧୯ ରନ କରି ଅପରାଜିତ ରହିଥିବା ବେଳେ ଅବଦୁଲ ସାମଦ ୩୨ ବଲରେ ୩୨ ରନ କରି ଅପରାଜିତ ରହିଥିଲେ।

ରାଜସ୍ଥାନ ରୟାଲ୍‌ସ ପକ୍ଷରୁ ଚହଲ ସର୍ବାଧିକ ୪ ଟି ୱିକେଟ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ ନେଇଥିଲେ। ସେହିପରି ଜାସନ ହୋଲ୍ଡର ଓ ରବିଚନ୍ଦ୍ର ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

About The Author: The Sakala