ଆଇପିଏଲ ୨୦୨୨: ମୁମ୍ବାଇକୁ ୧୯୪ ରନର ଟାର୍ଗେଟ ଦେଲା ହାଇଦ୍ରାବାଦ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ସନରାଇଜର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ଯାଟିଂ କରି ୧୯୩ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ କୁ ୧୯୪ ରନର ଆବଶ୍ଯକତା ରହିଛି। ସନରାଇଜର୍ସ […]

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍‌ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ  ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ସନରାଇଜର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ଯାଟିଂ କରି ୧୯୩ ରନ କରିଛି। ଏହି ମ୍ଯାଚକୁ ଜିତିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସ କୁ ୧୯୪ ରନର ଆବଶ୍ଯକତା ରହିଛି।

ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା  ୧୦ ବଲରେ ୯ରନ କରି ଆଉଟ ହୋଇଥିବା ବେଳେ ପ୍ରିୟମ୍ ଗର୍ଗ ୨୬ ବଲରେ ୪୨ ରନ କରି ଆଉଟ ହୋଇଥିଲେ। ରାହୁଲ ତ୍ରିପାଠୀ ଓ ନିକୋଲାସ ପୁରନ ଆକ୍ରମକ ଇଂନିସ ଖେଳିଥିଲେ। ନିକୋଲାସ ପୁରନ ୨୨ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ରାହୁଲ ତ୍ରିପାଠୀ ୪୪ ବଲରେ ୭୬ ରନ କରି ଆଉଟ ହୋଇଥିଲେ। ଆଡେନ ମାରକ୍ରମ ୪ ବଲରେ ୨ ରନ କରି ଆଉଟ ହୋଇଥିଲେ। ୱାଶିଂଟନ ସୁନ୍ଦର ୯ ରନ କରି ଶେଷ ଓଭରର ଶେଷ ବଲରେ ଆଉଟ ହୋଇଥିଲେ। କେନ୍ ୱିଲିୟମସନ ୮ ରନ କରି ଅପରାଜିତ ରହିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରମଣଦୀପ ସିଂ ୩ଟି ୱିକେଟ ନେଇଥିବାବ ବେଳେ ଜସପ୍ରୀତ ବୁମ୍ରା, ଡାନିଏଲ ସାମ୍ସ ଓ ରେଲି ମେରେଡିଥ ଗୋଟିଏ ଲେଖାଏଁ  ୱେକେଟ ନେଇଥିଲେ।

About The Author: The Sakala