ମୋହାଲି: ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଦୁଇଟି ମୁକାବିଲା ଖେଳାଯାଉଛି। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୭୪ ରନ କରିଥିଲା । ପଞ୍ଜାବ କିଙ୍ଗ୍ସ ୧୭୫ ରନର ପିଛା କରିବାକୁ ଯାଇ ୧୮.୨ ଓଭରରେ ୧୦ ୱିକେଟ ହରାଇ ୧୫୦ ରନ କରିଛି। ଫଳରେ ଏହି ମ୍ୟାଚକୁ ୨୪ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।
ପଞ୍ଜାବ କିଙ୍ଗ୍ସପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଅଖିଦୃଶିଆ ବ୍ୟାଟିଂ କରି ନ ଥିଲେ। ପ୍ରାଭସିମ୍ରାନ ସିଂହ ୪୬ ରନ କରି ଆଉଟ ହୋଇଥିବା ବେଳ ଜିତେସ ଶର୍ମା ୪୧ ରନ କରି ଆଉଟ ହୋଇଥିଲେ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ୱାଇନନ୍ଦୁ ହସରଙ୍ଗା ୨ଟି ୱିକେଟ ନେଇଥିବ ବେଳେ ପର୍ନେଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।