ମୋହାଲି: ଆଇପିଏଲ୍ର ୧୮ତମ ଲିଗ୍ ମୁକାବିଲାରେ ଘରୋଇ ପଞ୍ଜାବ କିଙ୍ଗ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚରେ ଟସ୍ ଜିତି ଗୁଜରାଟ୍ ଟାଇଟନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଗୁଜରାଟ ଟାଇଟନ୍ସକୁ ୧୫୪ ରନର ଆବଶ୍ଯକତା ରହିଛି।
ପଞ୍ଜାବ କିଙ୍ଗ୍ସ ପକ୍ଷର ପ୍ରଭସିମରନ ସିଂ କୌଣସି ରନ ନ କରି ଆଉଟ ହୋଇଥିଲେ। ଭଳ ଫର୍ମରେ ଥିବା ଅଧିନାୟକ ଶିଖର ଧାଓ୍ବନ ନିରାଶ କରିଥିଲେ। ୮ ବଲରେ ୮ ରନ କରି ଶିଖର ଆଉଟ ହୋଇଥିଲେ। ପରେ ମାଥ୍ୟୁ ସର୍ଟ ୨୪ ବଲରେ ୩୬ ରନ କରି ଆଉଟ ହୋଇଥିଲେ। ଭାନୁକା ରାଜପକ୍ଷ ମଧ୍ୟ ୨୬ ବଲରେ ୨୦ ରନ କରି ଆଉଟ ହୋଇଥିଲେ। ପରେ ଜିତେଶ ଶର୍ମ ୨୩ ବଲରେ ୨୫ ରନ କରି ଆଉଟ ହୋଇଥିବା ବେଳ ସାମ କୁରନ ୨୨ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶାହରୁଖ ଖାଁ ୯ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ରିସି ଧୱାନ ୧ ବଲରେ ୧ ରନ କରି ଆଉଟ ହୋଇଥିଲେ। ହରପ୍ରୀତ ବ୍ରାର ୫ ବଲରେ ୮ ରନ କରି ଅପରାଜିତ ରହିଥିଲେ।
ଗୁଜରାଟ୍ ପକ୍ଷରୁ ମୋହିତ ଶର୍ମା ୨ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସାମି, ରଶିଦ୍ ଖାନ, ଜୋସୁଆ ଲିଟିଲ୍ ଓ ଅଲଜାରୀ ଯୋଶେଫ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।