ସମ୍ମାନଜନକ ଲୌରିୟସ ପୁରସ୍କାର ଦୌଡ଼ରେ ଭାରତୀୟ ୱିକେଟ୍‌କିପର ଋଷଭ ପନ୍ତ

ଲଣ୍ଡନ : ଭାରତୀୟ କ୍ରିକେଟ୍‌ ଦଳର ଅଭିଜ୍ଞ ୱିକେଟ୍‌କିପର ଋଷଭ ପନ୍ତ ବିଶ୍ୱର ସବୁଠୁ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ପୁରସ୍କାର’ ଦୌଡ଼ରେ ସାମିଲ ହୋଇଛନ୍ତି। ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର ୨୦୨୫ ଲାଗି ପନ୍ତଙ୍କୁ ‘କମ୍‌ବ୍ୟାକ୍‌ ଅଫ୍‌ ଦି ଇୟର’ ବର୍ଗରେ ମନୋନୀତ କରାଯାଇଛି। ଗତ ବର୍ଷ କ୍ରୀଡ଼ା ଜଗତକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଲୌରିୟସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଦୌଡ଼ରେ ରହିଥିବା ବିଶ୍ୱର ଅନ୍ୟ କ୍ରୀଡ଼ାବିତ୍‌ଙ୍କ […]

ଲଣ୍ଡନ : ଭାରତୀୟ କ୍ରିକେଟ୍‌ ଦଳର ଅଭିଜ୍ଞ ୱିକେଟ୍‌କିପର ଋଷଭ ପନ୍ତ ବିଶ୍ୱର ସବୁଠୁ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ପୁରସ୍କାର’ ଦୌଡ଼ରେ ସାମିଲ ହୋଇଛନ୍ତି। ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର ୨୦୨୫ ଲାଗି ପନ୍ତଙ୍କୁ ‘କମ୍‌ବ୍ୟାକ୍‌ ଅଫ୍‌ ଦି ଇୟର’ ବର୍ଗରେ ମନୋନୀତ କରାଯାଇଛି।

ଗତ ବର୍ଷ କ୍ରୀଡ଼ା ଜଗତକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଲୌରିୟସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଦୌଡ଼ରେ ରହିଥିବା ବିଶ୍ୱର ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବ୍ରାଜିଲର ଜିମ୍ନାଷ୍ଟିକ୍‌ ଖେଳାଳି ରେବେକା ଆନ୍ଦ୍ରାଡି, ଆମେରିକା ସନ୍ତରଣକାରୀ କାଇଲେବ ଡ୍ରେସେଲ, ସୁଇଜରଲାଣ୍ଡର ସ୍କି ଖେଳାଳି ଲାରା ଗୁଟ୍‌, ସ୍ପେନର ମୋଟର ସାଇକ୍ଲିଷ୍ଟ ମାର୍କ ମାର୍କ୍ୟୁଏଜ ଓ ଅଷ୍ଟ୍ରେଲିଆର ସନ୍ତରଣକାରୀ ଆରିଆନେ ତିତମସ୍‌। ଚଳିତ ବର୍ଷ ଲୌରିୟସ କ୍ରୀଡ଼ା ପୁରସ୍କାର ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏପ୍ରିଲ ୨୧ରେ ମାଦ୍ରିଦରେ ଏକ ସମାରୋହରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବର ୩୦ରେ ପନ୍ତ କାର୍‌ ଚଳାଇ ଦିଲ୍ଲୀରୁ ରୁର୍‌କୀସ୍ଥିତ ଘରକୁ ଯାଉଥିବାବେଳେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ସେ ଡାହାଣ ଗୋଡ଼ରେ ଗୁରୁତର ଆଘାତ ପାଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ଅସ୍ତ୍ରୋପଚାର ପରେ ସେ ୧୫ ମାସ ପରେ ସୁସ୍ଥ ହୋଇ ୨୦୨୪ରେ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ବର୍ଷ ଭାରତ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହୋଇଥିବାବେଳେ ପନ୍ତ ସଦସ୍ୟ ରହିଥିଲେ।

About The Author: The Sakala