ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଜରିଆରେ ବାର୍ବାଡୋସ୍ ବିମାନ ବନ୍ଦରରୁ ଘରକୁ ଫେରୁଛନ୍ତି ବିଜୟୀ ଭାରତୀୟ ଦଳ। ଘୂର୍ଣ୍ଣିଝଡ ବେରିଲ୍ ଯୋଗୁ ସେମାନଙ୍କୁ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନ ଥିଲା। ଯେଉଁଥିପାଇଁ ଖେଳାଳୀଙ୍କର ସ୍ୱଦେଶ ଫେରିବାରେ ବିଳମ୍ବ ହୋଇଥିଲା।
ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଶେଷ ହୋଇଥିଲା। ବିଜୟ ପରଠାରୁ ଖରାପ ପାଣିପାଦ ଯୋଗୁ ଭାରତୀୟ ଦଳ ସେଠାରେ ରହିଥିଲା। ତେବେ ପାଗ ଠିକ୍ ହେବାପରେ ବିସିସିଆଇ, ଭାରତୀୟ ଦଳକୁ ଘରକୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନର ବ୍ୟବସ୍ଥା କରିଥିଲା।
ଜୁଲାଇ ୪ ଗୁରୁବାର ଦିନ ନୂଆଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବେ। ଯେଉଁଠାରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାର କାଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଐତିହାସିକ ବିଜୟ ପାଇଁ ଫୋନ୍ କଲ ମାଧ୍ୟମରେ ଦଳକୁ ଅଭିନନ୍ଦନ ଜଣାଇଥିଲେ।