ଚେନ୍ନାଇ; ଚଳିତ ଆଇପିଏଲର ୧୭ତମ ମ୍ୟାଚ୍ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲସ୍ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଚେନ୍ନାଇ । ଫଳରେ ରାଜସ୍ଥାନ ରୟାଲସ୍ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରାଇ ୧୭୫ରନ କରିବାକୁ ସକ୍ଷମ ହୋଇଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୭୬ ରନର ଆବଶ୍ୟକତା ରହିଛି।
ରାଜସ୍ଥାନ ରୟାଲ୍ସ ପକ୍ଷରୁ ଯଶସ୍ୱୀ ଜୟସୱାଲ ୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ଦେବଦତ୍ତ ପାଡିକଲ ୨୬ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ ପୁଣି ନାରାଶ କରିଥିଲେ। କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିିଥିବା ଜୋସ୍ ବଟଲର ୩୬ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ୨୨ ବଲରେ ୩୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶିମ୍ରନ୍ ହେଟମିୟର ଓ ଧ୍ରୁଭ ଜୁରେଲ ପାରିକୁ ସମ୍ଭାଳିଥିଲେ। ପରେ ଧ୍ରୁଭ ଜୁରେଲ ୬ ବଲରେ ୪ରନ କରି ଆଉଟ ହୋଇଥିଲେ। ଶିମ୍ରନ୍ ହେଟମିୟର ୧୮ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।
ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ରବିନ୍ଦ୍ର ଜାଡେଜା, ତୁଶର ଦେଶପାଣ୍ଡେ ଓ ଆକାଶ ସିଂ ୨ଟି ଲେଖାଏଁ ୱେକେଟ ନେଇଥିଲେ। ସେହିପରି ମୋଇନ ଅଲି ଗୋଟିଏ ୱିକେଟ ନେଇଥିଲେ।