ଅହମଦାବାଦ : ଗୁଜରାଟର ଅହମଦାବାଦରେ ପ୍ରସ୍ତୁତ ହୋଇଥିବା ବିଶ୍ବର ସବୁଠାରୁ ବଡ ଷ୍ଟାଡିୟମ ମୋଟେରା ଷ୍ଟାଡିୟମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦଘାଟନ କରିଛନ୍ତି। ଆଜିର ଭାରତ- ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବା ପୂର୍ବରୁ ଏହି ଷ୍ଟାଡିୟମର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କ୍ରୀଡା ମନ୍ତ୍ରୀ କେତନ ରିଜିଜୁ ଏବଂ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଉପସ୍ଥିତ ଥିଲେ।
ନବିକରଣ ହୋଇଥିବା ଏହି ମୋଟେରା ଷ୍ଟ୍ରଡିୟମ୍କୁ ‘ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍’ଭାବେ ପୁନଃ ନାମିତ କରାଯାଇଛି। ଗୁଜରାଟ କ୍ରିକେଟ୍ ଆସୋସିଏସନ ର ସଭାପତି ଥିବାବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଏପରି ଷ୍ଟାଡିୟମ ତିଆରି କରିବାର ପରିକଳ୍ପନା କରିଥିଲେ। ମୋଦୀଙ୍କ ପରିକଳ୍ପନାରେ ଏହି ଷ୍ଟାଡିୟମ ନୂଆ ରୂପ ପାଇବା ସହ ବିଶ୍ବର ସର୍ବବୃହତ ଷ୍ଟାଡିୟମ ହେବାପରେ ଏହକୁ ତାଙ୍କ ନାମରେ ନାମିତ କରାଯାଇଛି।
ଏହି ଷ୍ଟାଡିୟମରେ ଖେଳାଳିଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରଖାଯାଇଛି। ଫଳରେ ଆସନ୍ତା ୬ମାସ ମଧ୍ୟରେ ଏଠାରେ ଅଲମ୍ପିକ୍, କମନ୍ଓ୍ବେଲ୍ଥ ଗେମ୍ ଓ ଏସିଆନ୍ ଅଲମ୍ପିଆଡ୍ ଆୟୋଜନ କରାଯାଇପାରିବ ବୋଲି ଶାହା କହିଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦୀ ଏହି ଷ୍ଟାଡିୟମ ନେଇ ସ୍ବପ୍ନ ଦେଇଥିଲେ। ଯାହା ଏବେ ପୁରା ହୋଇଛି।
ଏହି ଷ୍ଟାଡିୟମକୁ ଦୁନିଆର ସବୁଠୁ ବଡ଼ ଓ ଅତ୍ୟାଧୁନିକ ଷ୍ଟାଡିୟମ ଭାବେ ବିକଶିତ କରାଯାଇଛି।୬୩ ଏକ ଜମି ଉପରେ ପର୍ୟ୍ୟବେଷିତ। ଏହି ଷ୍ଟାଡିୟମରେ ଏକକାଳୀନ ଲକ୍ଷେ ୧୦ ହଜାର ଲୋକ ବସିପାରିବାର କ୍ଷମତା ରହିଛି। ତେବେ ପୂର୍ବରୁ ବିଶ୍ବର ସବୁଠାରୁ ବଡ଼ ଷ୍ଟାଡିୟମ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଏକକାଳୀନ ୯୦ ହଜାର ଲୋକ ବସିବାର ବ୍ୟବସ୍ଥା ରହିଛି।ରିପୋର୍ଟ ଅନୁଯାୟୀ, ଏହି ଷ୍ଟାଡିୟମ ନିର୍ମାଣ ପାଇଁ ଆନୁମାନିକ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଷ୍ଟାଡିୟମ ଲାର୍ସନ ଆଣ୍ଡ ଟର୍ବୋ କମ୍ପାନୀ ନିର୍ମାଣ କରିଛି।
ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ନବନିର୍ମିତ ମୋଟେରା ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି । ଏହା ଡେ-ନାଇଟ ଟେଷ୍ଟ ମ୍ୟାଚ। ନୂଆ ଷ୍ଟାଡିୟମ ହେବା ପରେ ଏଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଭାରତ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ମଧ୍ୟ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହାପରେ ଦୁଇ ଟିମ ମଧ୍ୟରେ ୫ଟି ଏକଦିବସୀୟ ମ୍ୟାଚ ହେବ। ।