ଆଇପିଏଲ ୨୦୨୨: ଗୁଜରାଟକୁ ୧୫୯ ରନର ଟାର୍ଗେଟ ଦେଲା ଲକ୍ଷ୍ନୌ

ମୁମ୍ବାଇ: ଚଳିତ ସିଜିନରେ ଆଇପିଏଲରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥେମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାୟଣ୍ଟସ ୬ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୧୫୮ ରନ କରିଥିଲା । ଗୁଜରାଟ ଟାଇଟନ୍ସକୁ  ଏହି ମ୍ଯାଚ ଜିତିବାକୁ ହଲେ ୧୫୯ ରନର ଆବଶ୍ଯକତା […]

ମୁମ୍ବାଇ: ଚଳିତ ସିଜିନରେ ଆଇପିଏଲରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମୁହାଁମୁହିଁ ହୋଇଛନ୍ତି। ମୁକାବିଲାରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥେମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାୟଣ୍ଟସ ୬ ୱିକେଟ ହରାଇ ନିର୍ଦ୍ଧାରିତ ଓଭରରେ ୧୫୮ ରନ କରିଥିଲା । ଗୁଜରାଟ ଟାଇଟନ୍ସକୁ  ଏହି ମ୍ଯାଚ ଜିତିବାକୁ ହଲେ ୧୫୯ ରନର ଆବଶ୍ଯକତା ରହିଛି ।

ଲକ୍ଷ୍ନୌ ସୁପର ଜାୟଣ୍ଟସର ଅଧିନାୟକ କେଏଲ ରାହୁଲ ଓପନିଂ କରିବାକୁ ଆସି ଖାତା ଖୋଲି ପାରି ନ ଥିବାବେଳେ କ୍ଵିଣ୍ଟନ ଡି କକ୍‌ (୭), ଏଭିନ ଲୁଇସ୍ (୧୦), ମନିଷ ପାଣ୍ଡେ (୫) ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଦୀପକ ହୁଡ୍ଡା, ଓ ଆୟୁଷ ବାଦୋନି ସମ୍ଭାଳିଥିଲେ। ଦୀପକ ହୁଡ୍ଡା ୫୫ ରନ କରି ଆଉଟ ହେଇଥିଲେ। ପରେ କୃଣାଲ ପାଣ୍ଡ୍ୟା ଆସି ପାରିକୁ ସମ୍ଭାଳିଥିଲେ । ଆୟୁଷ ବାଦୋନି ଏକ ଜବରଦନ୍ତ ପାରି ଖେଳି ୫୪ ରନ କରି ଆଉଟ ହୋଇଥିଲେ। କୃଣାଲ ପାଣ୍ଡ୍ୟା ୨୦ ଓ ଚାମିରା ୧ ରନ କରି ଅପରାଜିତ ରହିଥିଲେ।

ଗୁଜରାଟ ଟାଇଟନ୍ସ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଆରୋନ ୨ଟି  ଓ ରସିଦ ଖାନ ଗୋଟିଏ ୱିକେଟ ନେଇଥିଲେ।

About The Author: The Sakala