ପୁଣି ଇତିହାସ ରଚିଲେ ନୀରଜ ଚୋପ୍ରା, ପାଭୋ ନୁର୍ମି ଗେମ୍ସରେ ଭାରତ ପାଇଁ ଆଣିଲେ ସ୍ୱର୍ଣ୍ଣ

ତୁର୍କୁ : ଫିନ୍‌ଲାଣ୍ଡର ତୁର୍କୁରେ ଅନୁଷ୍ଠିତ ହୋଇଛି ପାଭୋ ନୁର୍ମି ଗେମ୍ସ। ଭାରତୀୟ ଆଥଲେଟିକ ସୁପରଷ୍ଟାର ନୀରଜ ଚୋପ୍ରା ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣିମ ସଫଳତା ଅର୍ଜନ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ତାଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଗତ ସଂସ୍କରଣରେ ନୀରଜ ଏଠାରେ ୮୯.୩୦ ମିଟର ପିଙ୍ଗି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ। ଦୁଇବର୍ଷ ପରେ ଏଥର ପ୍ରଦର୍ଶନରେ ଉନ୍ନତି ଆଣି ନ ଥିଲେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। […]

ତୁର୍କୁ : ଫିନ୍‌ଲାଣ୍ଡର ତୁର୍କୁରେ ଅନୁଷ୍ଠିତ ହୋଇଛି ପାଭୋ ନୁର୍ମି ଗେମ୍ସ। ଭାରତୀୟ ଆଥଲେଟିକ ସୁପରଷ୍ଟାର ନୀରଜ ଚୋପ୍ରା ଏହି ପ୍ରତିଯୋଗିତାରେ ସ୍ୱର୍ଣ୍ଣିମ ସଫଳତା ଅର୍ଜନ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ତାଙ୍କର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଗତ ସଂସ୍କରଣରେ ନୀରଜ ଏଠାରେ ୮୯.୩୦ ମିଟର ପିଙ୍ଗି ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଥିଲେ। ଦୁଇବର୍ଷ ପରେ ଏଥର ପ୍ରଦର୍ଶନରେ ଉନ୍ନତି ଆଣି ନ ଥିଲେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଇଭେଣ୍ଟର ତୃତୀୟ ପ୍ରୟାସରେ ସେ ୮୫.୯୭ ମିଟର ଜାଭେଲିନ୍‌ ଫିଙ୍ଗିଥିଲେ ଓ ଏହି ପ୍ରଦର୍ଶନ ବଳରେ ଶୀର୍ଷରେ ରହି ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ସେହିପରି ଫିନ୍‌ଲାଣ୍ଡର ଦୁଇ ଫିଙ୍ଗାଳି ଟୋନି କେରାନେନ୍‌ (୮୪.୧୯ ମିଟର) ଓ ଓଲିଭର ହେଲାଣ୍ଡର (୮୩.୯୬ ମିଟର) ଥ୍ରୋ କରି ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହି ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଛନ୍ତି। ନୀରଜ ଚତୁର୍ଥ ପ୍ରୟାସରେ ୮୨.୨୧ ମିଟର ଥ୍ରୋ କରିଥିଲେ। ତାଙ୍କର ୫ମ ପ୍ରୟାସ ଫାଉଲ ଥିଲା। ଚଳିତ ସିଜନରେ ନୀରଜ ତାଙ୍କ ତୃତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପୂର୍ବରୁ ନୀରଜ ଦୋହା ଡାଇମଣ୍ଡ ଲିଗ୍‌ ଓ ଭୁବନେଶ୍ୱରରେ ଅନୁଷ୍ଠିତ ଫେଡେରେସନ କପ୍‌ରେ ଭାଗ େନଇଥିଲେ। ଦୋହାରେ ସେ ୮୮.୩୬ ମିଟର ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ଏହା ତାଙ୍କ କ୍ୟାରିୟର ୯ମ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ସେହିପରି ଭୁବନେଶ୍ୱରରେ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ମଧ୍ୟ ୮୨. ୨୭ ମିଟର ଥ୍ରୋ କରିଥିଲେ।

About The Author: The Sakala