ନୂଆଦିଲ୍ଲୀ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି ଡବଲିନରେ ଖେଳାଯାଉଛି। ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୮୫ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଆୟରଲାଣ୍ଡକୁ ୧୮୬ ରନର ଆବଶ୍ୟକତା ରହିଛି।
ଭରାତ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲ ୧୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାଏକଓ୍ଵାଡ଼ ୪୩ ବଲରେ ୫୮ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୬ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଙ୍କୁ ସିଂ ଓ ଶିବମ ଦୁବେ ଆଗକୁ ନେଇଥିଲେ। ରିଙ୍କୁ ସିଂ ୨୧ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଶିବମ ଦୁବେ ୧୬ ବଲରେ ୨୨ ରନ କରି ଅପରାଜିତ ରହିଥିଲେ।
ଆୟରଲାଣ୍ଡ ପକ୍ଷରୁ ବାରି ମାକାର୍ଥି ୨ଟି ୱିକେଟ ନେଇଥିବା ବେଳେ ବେଞ୍ଜାମିନ ହ୍ଵାଇଟ୍, ମାର୍କ ଆଡେର ଓ କ୍ରେଗ୍ ୟୋଙ୍ଗ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।