ଗୌହାଟି: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍ର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି। ଆଜିର ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି ୨୩୭ ରନ କରିିଛି। ଦକ୍ଷିଣ ଆଫ୍ରିକା ଏହି ମ୍ଯାଚକୁ ଜିତିବାକୁ ହେଲେ ୨୩୮ ରନର ଆବଶ୍ୟକତା ରହିଛି।
ଭରତ ପକ୍ଷରୁ କେଏଲ ରାହୁଲ ଓ ଅଧିନାୟକ ରୋହିତ ଶର୍ମା ପାରିକୁ ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୭ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ଏହା ପରେ କେଏଲ ରାହୁଲ ୨୮ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ସୂର୍ଯ୍ଯକୁମାର ଯାଦବ ସମ୍ଭାଳିଥିଲେ। ସୂର୍ଯ୍ଯକୁମାର ଯାଦବ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ମାତ୍ର ୧୮ ବଲ ଖେଳି ଅର୍ଦ୍ଧ ଶତକ ହାସଲ କରିଥିଲ। ଏହି ଅର୍ଦ୍ଧ ଶତକୀୟ ଇଂନିସରେ ସୂର୍ଯ୍ଯକୁମାର ୫ଟି ଚୌକା ଓ ୫ଟି ଛକା ମାରିଥିଲେ। ସୂର୍ଯ୍ଯକୁମାର ଯାଦବ ୨୨ ବଲରେ ୬୨ ରନ କରି ରନ ଆଉଟ ହୋଇଥିଲେ। ପରେ ଦିନେଶ କାର୍ତ୍ତିକ ଆସି ବିରାଟ କୋହଲିଙ୍କ ସହ ପାରିକୁ ସମ୍ଭାଳିଥିଲେ। ଦିନେଶ କାର୍ତ୍ତିକ ୭ ବଲରେ ୧୭ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ୨୮ ବଲରେ ୪୯ ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ , କେଶବ ମହାରାଜ ୨ଟି ୱିକେଟ ନେଇଥିଲେ।