ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବ୍ୟୟବହୁ ଟି-୨୦ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିଅର ଲିଗ୍ (ଆଇପିଏଲ) ୧୫ତମ ସଂସ୍କରଣର ମହାଖେଳାଳି ନିଲାମ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଯାଇଛି। ଏହି ନିଲାମ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ବ୍ୟାଟର ଶ୍ରେୟସ ଆୟରଙ୍କୁ ୧୨ କୋଟି ୨୫ ଲକ୍ଷରେ କିଣିଛି କୋଲକାତା ନାଇଟ ରାଇଡର୍ସ ।
ଅନ୍ଯପକ୍ଷରେ ଦେଖିବାକୁ ମିଳିଛି ବଡବଡ ଖେଳାଳୀ ବିକ୍ରି ହୋଇନାହାନ୍ତି। ମିଷ୍ଟର ଆଇପିଏଲ ନାମରେ ପରିଚିତ ଭାରତୀୟ ଖେଳାଳି ସୁରେଶ ରାଇନା, ପୂର୍ବରୁ ଆଇପିଏଲରେ କ୍ଯପେଟନ ଭାର ସମ୍ଭାଳିଥିବା ଅଷ୍ଟ୍ରେଲିଆର ବ୍ଯାଟର ଷ୍ଟିଭ ସ୍ମିଥ ଓ କିଲିର ମିଲର ଭାବେ ପରିଚିତ ସାଉଥ ଆଫ୍ରିକାର ଡେଭିଡ ମିଳର ମଧ୍ଯ ବିକ୍ରି ହୋଇ ନାହାନ୍ତି। ସେହିପରି ବାଂଲାଦେଶ ଖେଳାଳି ସକିବ ଅଲହାସନ ବିକ୍ରି ହୋଇ ନାହନ୍ତି।