କୋଲକାତା: ଆଜି ଆଇପିଏଲ ୨୦୨୩ର ନବନ ମ୍ୟାଚ। ଇଡେନ୍ ଗାର୍ଡେନ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଟସ ଜିତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୨୦୪ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ବାଙ୍ଗାଲୋରକୁ ୨୦୫ ରନର ଆବଶ୍ୟକତା ରହିଛି।
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ରହମନୁଲ୍ଲା ଗୁରବାଜ ୪୪ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ଭେଙ୍କଟେଶ ଆୟର ୭ ବଲରେ ୩ ରନ କରି ଆଉଟ ହୋଇଥିବା ବେଳେ ମନଦୀପ ସିଂହ କୌଣସି ରନ ନ କରି ଆଉଟ ହୋଇଥିଲେ। କେକେଆର ଅଧିନାୟକ ନିତିଶ ରାଣା ମଧ୍ଯ ନିରାଶ କରିଥିଲେ। ନିତିଶ ରାଣା ୫ ବଲରେ ୧ ରନ କରି ଆଉଟ ହୋଇଥିବା ବେଳେ ଆନ୍ଦ୍ରେ ରସେଲ ମଧ୍ୟ ପ୍ରଥମ ବଲରେ ବଡ ସଟ ଖେଳିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ। ପରେ ପାରିକୁ ସର୍ଦୁଲ ଠାକୁର ଓ ରିଙ୍କୁ ସିଂ ସମ୍ଭାଳିଥିଲେ। ପରେ ରିଙ୍କୁ ସିଂ ୩୩ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଏକ ବିସ୍ଫୋରକ ଇଂନିସ ଖେଳି ସର୍ଦୁଲ ଠାକୁର ୨୯ ବଲରେ ୬୮ ରନ କରି ଆଉଟ ହୋଇଥିଲେ। ପରେ ଉମେଶ ଯାଦବ ୨ ବଲରେ ୬ରନ କରି ଅପରାଜିତ ରହିଥିଲେ।
ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଡେଭିଡ୍ ୱିଲି ଓ କରଣ ଶର୍ମା ୨ଟି ଲେଖଆଏଁ ୱିକେଟ ନେଇଥିବା ବେଳେ ସାହବାଜ ଅହମ୍ମଦ, ମହମ୍ମଦ ସିରାଜ ଓ ମାଇକେଲ ବ୍ରେସୱେଲ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।