ବେଙ୍ଗାଲୁରୁ : ଚଳିତ ଆଇପିଏଲର ୨୪ ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଓ ଚେନ୍ନାଇ ସୁପରକିଙ୍ଗସ୍ । ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଜିର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଟସ୍ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଉ ଏହାର ଫାଇଦା ନେଇ ଚେନ୍ନାଇ ସୁପରକିଙ୍ଗସ୍ ବାଙ୍ଗୋଲର ଆଗରେ ଏକ ବିଶାଳ ସ୍କୋର ଛିଡା କରିଛି।
ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ସର୍ବାଧିକ ୮୩ ରନ କରିଥିଲେ । ସେ ମାତ୍ର ୪୫ଟି ବଲରୁ ୬ଟି ଛକା ଓ ୬ଟି ଚୌକା ସହ ଏହି ସ୍କୋର କରିଥିଲେ । ଶିବମ ଦୁବେ ୫୨ରନ ଓ ଅଜିଙ୍କ୍ୟ ରାହାଣେ ୩୭ ରନ କରିଥିଲେ । ମୋଇନ ଅଲ୍ଲି ୧୯ରନ କରିଥିବାବେଳେ ଅମ୍ବାତି ରାୟଡୁ ୧୪ରନ କରିଥିଲେ ।
ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ, ଓ୍ବେନ ପାର୍ନେଲ, ବିଜୟ କୁମାର ବିସାକ୍ ଗ୍ଲେନ ମାକ୍ସଓ୍ବେଲ, ଓ୍ବାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।