ଆଇପିଏଲ ୨୦୨୩ : ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଆଇପିଏଲର  ସପ୍ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଡେଭିଡ ଓ୍ବାର୍ନର ୩୭ ରନ କରିଥିବାବେଳେ ଅକ୍ଷର ପଟେଲ ୩୬ ରନ […]

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଆଇପିଏଲର  ସପ୍ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ। ଆଜି ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୨ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଡେଭିଡ ଓ୍ବାର୍ନର ୩୭ ରନ କରିଥିବାବେଳେ ଅକ୍ଷର ପଟେଲ ୩୬ ରନ କରିଥିଲେ । ସେହିପରି ସରଫରାଜ ଖାଁ ୩୦ ରନ କରିଥିଲେ ଓ ଅଭିଷେକ ପୋରେଲ ୨୦ ରନ କରିଥିଲେ ।

ଏହି ମ୍ୟାଚରେ ଗୁଜରାଟ ପକ୍ଷରୁ ମହମ୍ମଦ ସାମି ଓ ରସିଦ ଖାନ୍ ଉନ୍ନତ ବୋଲିଂ ପ୍ରଦର୍ଶନ କରି ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଅଲଜାରି ଜୋସେଫ ୨ଟି ଓ୍ବିକେଟ ନେଇଥିଲେ ।

About The Author: The Sakala