୬ ରନ୍‌ରେ ଓଭାଲ ଟେଷ୍ଟରେ ଭାରତର ରୋମାଞ୍ଚକ ବିଜୟ

ନୂଆଦିଲ୍ଲୀ: ଓଭାଲ ଟେଷ୍ଟରେ ଭାରତର ବଡ଼ ବିଜୟ। ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ। ମାତ୍ର ୬ ରନ୍‌ରେ ଭାରତର ରୋମାଞ୍ଚକର ବିଜୟ। ୫ ମ୍ୟାଚ ସିରିଜକୁ ୨-୨ରେ ବରାବର କଲା ଭାରତ।  ଓଭାଲ୍ ଟେଷ୍ଟର ଶେଷ ଦିନ ୪ଟି ୱିକେଟ୍ ନେଇ ୬ ରନ୍‌ରେ ମ୍ୟାଚ୍ ଜିତିଲା ଭାରତ। ଏହା ସହିତ ୫ ମ୍ୟାଚ୍‌ “ଆଣ୍ଡରସନ-ତେନ୍ଦୁଲକର ଟ୍ରଫି” ସିରିଜ୍‌କୁ ୨-୨ ରେ ବରାବର କରିଛି ଭାରତ। ମହମ୍ମଦ ସିରାଜ୍ ଦ୍ୱିତୀୟ ଇଂନିିସରେ ୫ ୱିକେଟ୍ […]

ନୂଆଦିଲ୍ଲୀ: ଓଭାଲ ଟେଷ୍ଟରେ ଭାରତର ବଡ଼ ବିଜୟ। ଆଟକିନସନଙ୍କୁ ବୋଲ୍ଡ କରି ବିଜୟ ଆଣିଲେ ସିରାଜ। ମାତ୍ର ୬ ରନ୍‌ରେ ଭାରତର ରୋମାଞ୍ଚକର ବିଜୟ। ୫ ମ୍ୟାଚ ସିରିଜକୁ ୨-୨ରେ ବରାବର କଲା ଭାରତ।  ଓଭାଲ୍ ଟେଷ୍ଟର ଶେଷ ଦିନ ୪ଟି ୱିକେଟ୍ ନେଇ ୬ ରନ୍‌ରେ ମ୍ୟାଚ୍ ଜିତିଲା ଭାରତ। ଏହା ସହିତ ୫ ମ୍ୟାଚ୍‌ “ଆଣ୍ଡରସନ-ତେନ୍ଦୁଲକର ଟ୍ରଫି” ସିରିଜ୍‌କୁ ୨-୨ ରେ ବରାବର କରିଛି ଭାରତ। ମହମ୍ମଦ ସିରାଜ୍ ଦ୍ୱିତୀୟ ଇଂନିିସରେ ୫ ୱିକେଟ୍ ନେଇ ଭାରତକୁ ରୋମାଞ୍ଚକ ବିଜୟ ଦେଇଛନ୍ତି।

ଓଭାଲ୍‌ରେ ଗୁରିବାର ଇଂଲଣ୍ଡ ବୋଲିଂ ଚୟନ କରିଥିଲା। ପ୍ରଥମ ପାରିରେ ଭାରତ ୨୨୪ ଓ ଇଂଲଣ୍ଡ ୨୪୭ରନ୍‌ କରିଥିଲା। ୨୩ ରନ୍‌ରେ ପଛରେ ଥିବା ସ୍ଥିତିରୁ ଭାରତ ଦ୍ୱିତୀୟ ପାରିରେ ୩୯୬ ରନ୍‌ କରିଥିଲା। ଫଳରେ ମ୍ୟାଚକୁ ଜିତାବା ପାଇଁ ଇଂଲଣ୍ଡଙ୍କୁ ୩୭୪ ରନ୍‌ର ଆବଶ୍ୟକତା ରହିଥିଲା। ୩ ୱିକେଟ୍ ହରାଇ ଇଂଲଣ୍ଡ ସହଜରେ ୩୦୦ ରେ ପହଞ୍ଚି ଯାଇଥିଲା।  ହ୍ୟାରି ବ୍ରୁକ୍ ଶତକୀୟ ପାରି ଖେଳିଥିଲେ। ହ୍ୟାରି ବ୍ରୁକଙ୍କ ୱିକେଟ ପତନ ପରେ ଇଂଲଣ୍ଡ ଟିମର ୱିକେଟ ପତନ ଘଟିବା ଆରମ୍ଭ ହୋଇଯାଇଥିଲା। ୮ ୱିକେଟରେ ଇଂଲଣ୍ଡ ୩୫୪ ରନରେ ପହଞ୍ଚି ଯାଇଥିଲା।

ଆଟକିନସନ ଓ ଜୋସ୍ ଟଙ୍ଗ୍ ଟିମକୁ ଜିତାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସିରାଜ୍ ଶେଷ ୱିକେଟ୍ ନେଇ ଭାରତକୁ ବିଜୟ ଦେଇଥିଲେ। ସିରିଜ୍‌ର ଦ୍ୱିତୀୟ ଓ ପଞ୍ଚମ ଟେଷ୍ଟ ଭାରତ ଜିତିଥିବାବେ ବେଳେ ପ୍ରଥମ ଓ ତୃତୀୟ ଟେଷ୍ଟ ଇଂଲଣ୍ଡ ବିଜୟ ଲାଭ କରିଥିଲା। ଚତୁର୍ଥ ଟେଷ୍ଟ ଡ୍ରଅ ହୋଇଥିଲା।

About The Author: The Sakala