ନୂଆଦିଲ୍ଲୀ: ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚକୁ ଗୋଟିଏ ଇଂନିସର ୨୫ ରନରେ ଜିତି ନେଇଛି ଭାରତ। ମାତ୍ର ୩ ଦିନରେ ଶେଷ ହୋଇଛି ଅନ୍ତିମ ଟେଷ୍ଟ। ଏହି ୪ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୩-୧ରେ ବିଜୟୀ ହୋଇଛି।
ଦ୍ବିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ମାତ୍ର ୧୩୫ ରନରେ ଅଲଆଉଟ ହୋଇଯାଇଛି। ପଡିଆ ମଧ୍ୟରେ ପୁଣି ଅଶ୍ବିନ-ଅକ୍ଷରଙ୍କ ଯୋଡି ଇଂଲଣ୍ଡ ବ୍ଯାଟ୍ସ ମ୍ଯାନଙ୍କୁ ଧୂଳି ଚଟାଇଛନ୍ତି। ଅକ୍ଷର ପଟେଲ ପୁଣି ଥରେ ୫ ଓ୍ବିକେଟ୍ ହାସଲ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୫ ଓ୍ବିକେଟ୍ ହାସଲ କରିଛନ୍ତି।
ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ଡେନ୍ ଲୋରିନ୍ସ (୫୦) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଓପନର ଜ୍ୟାକ୍ କ୍ରାଉଲୀ ୫ ଏବଂ ଡୋମ୍ ଶିବଲୀ ୩ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ବ୍ୟାଟିଂ କରିବାକୁ ଆସିଥିବା ଜୋନି ବୟାରିଷ୍ଟୋ ଖାତା ଖୋଲି ପାରିନଥିଲେ । ଅଧିନାୟକ ଜୋ ରୁଟ୍ (୩୦ରନ୍) କରିଥିଲ। ବେନ୍ ଷ୍ଟୋକସ୍ ୨ରନ୍ ଏବଂ ଓଲି ପୋପ୍ ୧୫ ରନ କରି ଆଉଟ ହୋଇଥିଲେ । ବେନ ଫୋକ୍ସ ୧୩ ରନ୍, ଡୋମ୍ ବେସ୍ ୨ରନ୍ଜ୍ୟାକ୍ ଲିଚ୍ ଓ ୨ ରନ୍ କରି ଆଉଟ ହୋଇଥିବ ବେଳେ ଜେମ୍ସ ଆଣ୍ଡରସନ ୧ରନ କରି ଅପରାଜିତ ଥିଲେ।
ସୂଚନା ଅନୁଯାୟୀ, ଆଜି ମୋଟେରା ଷ୍ଟାଡିୟମ୍ରେ ଭାରତ ଓ ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ମ୍ୟାଚ୍ର ତୃତୀୟ ଦିବସରେ ଭାରତ ପ୍ରଥମ ଇନିଂସ୍ରେ ୩୬୫ ରନ୍ରେ ଅଲ୍ଆଉଟ୍ ହୋଇଥିଲା। । ଆଜି ଖେଳାଯାଇଥିବା ପ୍ରଥମ ଇନିଂସ୍ରେ ରିଶଭ୍ ପନ୍ତ ଶତକୀୟ ଇନିଂସ୍ ଖେଳିଥିବାବେଳେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ୱାଶିଂଟନ୍ ସୁନ୍ଦର। ଏହି ମ୍ୟାଚ୍ରେ ଅପରାଜିତ ୯୬ ରନ୍ର ଗୁରୁତ୍ବପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି ୱାଶିଂଟନ୍ ସୁନ୍ଦର।
ଇଂଲଣ୍ଡ୍ର ବୋଲର୍ ବେନ୍ ଷ୍ଟୋକ୍ ମହମ୍ମଦ ସିରାଜଙ୍କୁ ବିନା କୌଣସି ରନ୍ରେ ବୋଲ୍ଡ୍ ଆଉଟ୍ କରିବା ପରେ ଭାରତୀୟ ଦଳ ଅଲ୍-ଆଉଟ୍ ହୋଇଯାଇଥିଲେ। ପ୍ରଥମ ଇନିଂସ୍ରେ ଭାରତ ଇଂଲଣ୍ଡଠାରୁ ୧୬୦ ରନ୍ରେ ଆଗୁଆ ରହିଥିଲା ।