ଶତ ପ୍ରତିଶତ ଦର୍ଶକ କ୍ଷମତା ସହ ବାରବାଟୀ ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍‌

କଟକ : କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର।ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିବେ ପୂର୍ଣ୍ଣ ଦର୍ଶକ ।ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତଙ୍କ କଟକଣାକୁ ଆଜି ବିସିସିଆଇ ହଟାଇ ଦେଇଛି। ଏହାର ଅର୍ଥ ବାରବାଟୀରେ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌। ଷ୍ଟାଡିୟମର ସିଟିଂ କ୍ଷମତା ଯେତିକି, ସେତିକି ସଂଖ୍ୟକ ଲୋକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ମିଳିବ। ପୂର୍ବରୁ କରୋନା ପାଇଁ କଟଣକଣା ମଧ୍ୟରେ ଦର୍ଶକଙ୍କୁ […]

କଟକ : କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର।ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚକୁ ଦେଖିବେ ପୂର୍ଣ୍ଣ ଦର୍ଶକ ।ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବେଶ ଉପରେ ରହିଥିବା ସମସ୍ତଙ୍କ କଟକଣାକୁ ଆଜି ବିସିସିଆଇ ହଟାଇ ଦେଇଛି। ଏହାର ଅର୍ଥ ବାରବାଟୀରେ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଅନୁଷ୍ଠିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌। ଷ୍ଟାଡିୟମର ସିଟିଂ କ୍ଷମତା ଯେତିକି, ସେତିକି ସଂଖ୍ୟକ ଲୋକଙ୍କୁ ମ୍ୟାଚ୍‌ ଦେଖିବାକୁ ଅନୁମତି ମିଳିବ।

ପୂର୍ବରୁ କରୋନା ପାଇଁ କଟଣକଣା ମଧ୍ୟରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଛଡ଼ା ଯାଉଥିଲା। ଏବେ ସଂକ୍ରମଣ ହ୍ରାସ ପାଇଥିବାରୁ କ୍ରିକେଟ ପ୍ରେମୀମାନେ ନିଜ ପସନ୍ଦର ଖେଳାଳିଙ୍କୁ ସିଧାସଳଖ ମୈଦାନରେ ଦେଖିବାର ସୁଯୋଗ ପାଇବେ। ଜୁନ୍‌ ୯ରୁ ୧୯ ଯାଏ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଦିଲ୍ଲୀରେ ଖେଳାଯିବାକୁ ଥିବା ବେଳେ ୧୨ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବାରବାଟୀରେ ଅନୁଷ୍ଠିତ ହେବ। ଜୁନ୍‌ ୧୪ରେ ବିଶାଖାପଟନମରେ ତୃତୀୟ, ଜୁନ୍‌ ୧୭ରେ ଗୁଜରାଟରେ ୪ର୍ଥ ଓ ୫ମ ମ୍ୟାଚ୍‌ଟି ଜୁନ୍‌ ୧୯ରେ ବେଙ୍ଗାଲୁରୁରେ ଖେଳଯିବ।

ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀ ଷ୍ଟାଡିୟମରେ କ୍ରିକେଟ୍‌ ମ୍ୟାଚ୍‌ର ଆୟୋଜନ ହେଉଥିବାର ଓଡ଼ିଶାର କ୍ରିକେଟ୍‌ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଯାଇଛି।‌ କୋଭିଡ କଟକଣା ମଧ୍ୟରେ ମ୍ୟାଚ୍‌ ଖେଳାଯାଇପାରେ ବୋଲି ପୂର୍ବରୁ ଯେଉଁ ଦ୍ବନ୍ଦ୍ବ ଉପୁଜିଥିଲା, ବିସିସିଆଇର ନୂଆ ଘୋଷଣା ପରେ ତାହା ଦୂର ହୋଇଛି।

About The Author: The Sakala