ଡିସେମ୍ବର ୨୪ରେ କମ୍ପିବ ବାରବାଟୀ; ଶ୍ରୀଲଙ୍କା ବିପକ୍ଷରେ T-20 ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ

କଟକ: ଓଡ଼ିଶାର କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ ଖୁସି ଖବର । ଡିସେମ୍ବର ୨୪ରେ ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଖେଳାଯିବ T-20 ମ୍ୟାଚ୍‌ । ୨୦୨୬-୨୭ ପାଇଁ BCCI ଖେଳସୂଚୀରୁ ସ୍ପଷ୍ଟ ହୋଇଛି ବାରବାଟୀ ମ୍ୟାଚ୍‌ । ଆସନ୍ତା ଡିସେମ୍ବର ମାସରେ ଭାରତ ଗସ୍ତରେ ଆସୁଥିବା ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ୩ଟି ଟି-୨୦ ଏବଂ ୩ଟି ଦିନିକିଆ (ODI) ମ୍ୟାଚ୍‌ ବିଶିଷ୍ଟ ସିରିଜ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଶୃଙ୍ଖଳାର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୨୪ ତାରିଖରେ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ T-20 ଖେଳିବ ଶ୍ରୀଲଙ୍କା । ବାରବାଟୀରେ ପୁଣିଥରେ ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଥିବାରୁ ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । 

ଦୀର୍ଘ ଦିନର ବ୍ୟବଧାନ ପରେ ବାରବାଟୀରେ ଭାରତ ଓ ଶ୍ରୀଲଙ୍କା ପରସ୍ପରର ସାମ୍ନା କରିବେ । ଶେଷଥର ପାଇଁ ୨୦୧୭ ମସିହାରେ ବାରବାଟୀ ଷ୍ଟାଡିୟମରେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ସେହି ମ୍ୟାଚ୍‌ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲା । 

About The Author: Madhusudan Das