ବାରବାଟୀ ଟିକଟର କଳାବଜାରୀ, ୭ ଜଣଙ୍କୁ ଧରିଲା ପୁଲିସ

କଟକ: ବାରବାଟୀ ଟିକଟର କଳାବଜାରୀ। ବ୍ଲାକ୍ କରୁଥିବା ବେଳେ ୭ ଜଣଙ୍କୁ ଧରିଲା ପୁଲିସ । ୧୧ ଶହ ଟଙ୍କିଆ ଟିକଟ ବିକ୍ରି ହେଉଥିଲା ୬ରୁ ୭ ହଜାର ଟଙ୍କାରେ। ଡିଲ୍ ବେଳେ ସାଦା ପୋଷାକରେ ଥିବା ପୁଲିସ ମାଡ଼ି ବସିଥିଲା। ଟଙ୍କା ଓ ଟିକଟ ଜବତ କରିଛି ପୁଲିସ। କାଉଣ୍ଟରରେ ଟିକେଟ ବିକ୍ରି ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏପରିକି ବୁଢ଼ା ବୁଢ଼ୀ ବି ଲାଇନରେ ଠିଆ ହୋଇଥିଲେ, ଯେଉଁମାନେ କି କ୍ରିକେଟର କ ବି […]

କଟକ: ବାରବାଟୀ ଟିକଟର କଳାବଜାରୀ। ବ୍ଲାକ୍ କରୁଥିବା ବେଳେ ୭ ଜଣଙ୍କୁ ଧରିଲା ପୁଲିସ । ୧୧ ଶହ ଟଙ୍କିଆ ଟିକଟ ବିକ୍ରି ହେଉଥିଲା ୬ରୁ ୭ ହଜାର ଟଙ୍କାରେ। ଡିଲ୍ ବେଳେ ସାଦା ପୋଷାକରେ ଥିବା ପୁଲିସ ମାଡ଼ି ବସିଥିଲା। ଟଙ୍କା ଓ ଟିକଟ ଜବତ କରିଛି ପୁଲିସ। କାଉଣ୍ଟରରେ ଟିକେଟ ବିକ୍ରି ବେଳେ ପ୍ରବଳ ଭିଡ଼ ହୋଇଥିଲା। ଏପରିକି ବୁଢ଼ା ବୁଢ଼ୀ ବି ଲାଇନରେ ଠିଆ ହୋଇଥିଲେ, ଯେଉଁମାନେ କି କ୍ରିକେଟର କ ବି ଜାଣନ୍ତି ନାହିଁ। ସେଇଠୁ ସନ୍ଦେହ ହୋଇଥିଲା, ଏସବୁ ବ୍ଲାକ ହେବ। ତାହା ସତ ପ୍ରମାଣିତ ହୋଇଛି। ଏବଂ ଟିକେଟ ବ୍ଲାକ କରୁଥିବା ୪ ଜଣଙ୍କୁ ଅଟକ ରଖିଛି କଟକ କ୍ଯାଣ୍ଟନମେଣ୍ଟ ଥାନା ପୁଲିସ।

ସୂଚନା ଅନୁସାରେ, ଆସନ୍ତା ୯ ତାରିଖରେ କଟକ ବାରବାଟୀ ପଡ଼ିଆରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ।

About The Author: The Sakala