ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ ସ୍ଥାନୀୟ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଆଜି ଖେଳାଯାଉଛି। ଆଜିର ମ୍ୟାଚର ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରି ୮ ୱିକଟ ହରାଇ ୧୬୦ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଅଷ୍ଟ୍ରେଲିଆକୁ ୧୬୧ ରନର ଆବଶ୍ୟକତା ରହିଛି। ଏହା ପୂର୍ବରୁ ଖେଳାଯାଇଥିବା ୪ଟି ମୁକାବିଲା ମଧ୍ୟରୁ ଭାରତ ୩ଟିରେ ଜିତି ଆଗୁଆ ସିରିଜ୍ କବ୍ଜା କରିନେଇଛି। ଏହି ମ୍ୟାଚ୍ରେ ହାର ଜିତି ନେଇ ଉଭୟ ଦଳ ଉପରେ ଚାପ ନ ଥିଲେ ମଧ୍ୟ ଟି-୨୦ ବିଶ୍ୱକପ୍ ଆଉ ୭ ମାସ ଥିବାରୁ ମ୍ୟାଚ୍ର ଗୁରୁତ୍ୱ ରହିଛି।
ଆଜିର ମ୍ୟାଚରେ ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୧୫ ବଲରେ ୨୧ ରନ କରି ଆଉଟ ହୋଇଥିଲେ। ଋତୁରାଜ ଗାଏକ୍ୱାଡ ୧୨ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୭ ବଲରେ ୫ରନ କରି ଆଉଟ ହୋଇଥିଲେ। ରିଙ୍କୁ ସିଂ ୮ ବଲରେ ୬ରନ କରି ଆଉଟ ହୋଇଥିଲେ। ଜିତେଶ ଶର୍ମା ୧୬ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକୁ ଶ୍ରେୟସ ଆୟର ସମ୍ଭାଳି ରଖିଥିବା ବେଳେ ତାଙ୍କ ସାଥ ଦେଇଥିଲେ ଅକ୍ଷର ପଟେଲ । ଅକ୍ଷର ପଟେଲ ୨୧ ବଲରେ ୩୧ ରନ କରି ଆଉଟ ହୋଇଥିଲେ। ପରେ ଶ୍ରେୟସ ଆୟର ୩୭ ବଲରେ ୫୩ ରନ କରି ଆଉଟ ହୋଇଥିଲେ। ଅର୍ଶଦୀପ ସିଂ ୨ ବଲରେ ୨ରନ କରି ଅପରାଜିତ ରହିଥିବା ବେଳେ ରବି ବିଷ୍ଣୋଇ ୨ ବଲରେ ୨ ରନ କରି ରନ ଆଉଟ ହୋଇଥିଲେ ।
ଅଷ୍ଟ୍ରେଲିଆ ପକ୍ଷରୁ ବେନ୍ ଡ୍ୱାରଶୁଇସ ଓ ଜେସନ ବେହେରନଡର୍ଫ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଆରୋନ ହାର୍ଡି, ନାଥାନ ଏଲିସ ଓ ତନବୀର ସାଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।