ଆଇସିସି ବିଶ୍ୱକପ୍‌ ୨୦୨୩: ଭାରତର ଘାତକ ବୋଲିଂ, ୧୯୯ ରନରେ ଅଷ୍ଟ୍ରେଲିଆ ଅଲଆଉଟ୍

ଚେନ୍ନାଇ: ଆଇସିସି ବିଶ୍ୱକପ୍‌ ୨୦୨୩  ରବିବାର ବିଶ୍ୱକପ୍‌ରେ ୫ମ ମୁକାବିଲାରେ ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି।  ଟସ୍‌ ଜିତି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟ ଘଟିଛି । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୦୦ ରନର ଆବଶ୍ୟକତା ରହିଛି। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ମାର୍ସ କୌଣସି ରନ ନ କରି ଆଉଟ ହୋଇଥିଲେ। […]

ଚେନ୍ନାଇ: ଆଇସିସି ବିଶ୍ୱକପ୍‌ ୨୦୨୩  ରବିବାର ବିଶ୍ୱକପ୍‌ରେ ୫ମ ମୁକାବିଲାରେ ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହୋଇଛନ୍ତି।  ଟସ୍‌ ଜିତି ଅଷ୍ଟ୍ରେଲିଆ ଟିମ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଭାରତର ଘାତକ ବୋଲିଂରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟ ଘଟିଛି । ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ ହରାଇ ୧୯୯ ରନ କରିଛି। ଏହି ମ୍ୟାଚ ଜିତିବାକୁ ହେଲେ ଭାରତକୁ ୨୦୦ ରନର ଆବଶ୍ୟକତା ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ମାର୍ସ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ ପାରିକୁ ଡେଭିଡ୍‌ ଓ୍ୱାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ପାରିକୁ ସମ୍ଭାଳିଥିଲେ। ଡେଭିଡ୍‌ ଓ୍ୱାର୍ଣ୍ଣର ୫୨ ବଲରେ ୪୧ ରନ କରି ଆଉଟ ହୋଇଥିଲେ। ପରେ ଷ୍ଟିଭ୍‌ ସ୍ମିଥ୍‌ ୭୧ ବଲରେ ୪୬ ରନ କରି ଆଉଟ ହୋଇଥିଲେ। ମାର୍ନସ ଲାବୁସେନ୍‌ ୪୧ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍‌ ମାକ୍ସଓ୍ୱେଲ ୨୫ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ  ଆଲେକ୍ସ କେରୀ କୌଣସି ରନ ନ କରି ଆଉଟ ହୋଇଥିଲେ। ପରେ କ୍ୟାମେରୁନ୍‌ ଗ୍ରୀନ୍‌ ୨୦ ବଲରେ ୮ ରନ କରି ଆଉଟ ହୋଇଥିଲେ। ଅଧିନାୟକ ପ୍ୟାଟ୍‌ କମିନ୍ସ ୨୪ ବଲରେ ୧୫ ରନ କରି ଆଉଟ ହୋଇଥିଲେ। ପରେ ମିଚେଲ୍‌ ଷ୍ଟାର୍କ ଓ ଆଡମ ଜାମ୍ପା ପାରିକୁ ସମ୍ଭାଳିଥିଲେ। ଆଡମ ଜାମ୍ପା ୨୦ ବଲରେ ୬ରନ କରି ଆଉଟ ହୋଇଥିଲେ । ମିଚେଲ୍‌ ଷ୍ଟାର୍କ  ୩୫ ବଲରେ ୨୮ ରନ କରି ଆଉଟ ହୋଇଥିଲେ। ଜୋଷ ହେଜେଲହୁଡ୍‌ ୧ ବଲରେ ୧ ରନ କରି ଅପରାଜିତ ରହିଥିଲେ।

ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ୩ ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ଓ ଜଶପ୍ରୀତ୍‌ ବୁମ୍‌ରା ୨ଟି ଲେଖାଏଁ  ୱିକେଟ ନେଇଥିଲେ। ରବିଚନ୍ଦ୍ରନ ଅଶ୍ୱିନୀ, ମହମ୍ମଦ ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ  ୱିକେଟ ନେଇଥିଲେ।

About The Author: The Sakala