ହାରିଲା ପାକିସ୍ତାନ : ରୋମାଞ୍ଚକର ମ୍ୟାଚ୍‌ରେ ‘ପାକ୍‌’କୁ ୫ ଓ୍ଵିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଏସିଆ କପର ୨ୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଆଜି ଖେଳାଯାଉଥିବା ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାମ୍ନା କରିବାରେ ବିଫଳ ହୋଇ ପାକିସ୍ତାନ ୧୪୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା।ପାକିସ୍ତାନ ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ […]

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଏସିଆ କପର ୨ୟ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଭାରତ ବିଜୟ ଅଭିଯାନ ଆରମ୍ଭ କରିଛି। ଆଜି ଖେଳାଯାଉଥିବା ବହୁପ୍ରତୀକ୍ଷିତ ଏହି ମୁକାବିଲାରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଫଳରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନ। ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ସାମ୍ନା କରିବାରେ ବିଫଳ ହୋଇ ପାକିସ୍ତାନ ୧୪୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା।ପାକିସ୍ତାନ ଦଳର ନାମୀ ବ୍ୟାଟ୍ସମ୍ୟାନ ବାବର ଆଜମ, ଫକର ଜମାନ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲେ । ଉଭୟ ମାତ୍ର ୧୦ ରନ ଲେଖାଏଁ କରି ଆଉଟ ହୋଇଥିଲେ । ତେବେ ମହମ୍ମଦ ରିଜଓ୍ବାନ ୪୩ ରନ କରିଥିବାବେଳେ ଇଫତାର ୨୮ ରନ କରିଥିଲେ।


ପାକିସ୍ତାନର ୧୪୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ପ୍ରଥମରୁ କେଏଲ ରାହୁଲଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା। କିନ୍ତୁ ଏହାପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଦଳର ସ୍କୋରକୁ ଆଗକୁ ବଢାଇନେଇଥିଲେ। ହେଲେ ଭାରତର ସ୍କୋର ୫୦ ହୋଇଥିବା ସମୟରେ ଅଧିନାୟକ ରୋହିତ ଶର୍ମା ନସୀମ ଶାହଙ୍କ ଶିକାର ବନିଥିଲେ। ରୋହିତ ୧୮ ବଲ୍‌ରେ ୧୨ ରନ୍‌ କରି ଆଉଟ ହୋଇଥିଲେ। ଏହାପରେ ବିରାଟ ମଧ୍ୟ ଅଧିକ ସମୟ ରହିପାରିନଥିଲେ ଦଳର ସ୍କୋର ୫୩ ଥିବା ବେଳେ ସେ ମଧ୍ୟ ମହମ୍ମଦ ନୱାଜଙ୍କ ଦ୍ବାରା ଆଉଟ ହୋଇଥିଲେ । ବିରାଟ ୩୪ ବଲ୍‌ରେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।


ଟିମ୍‌ ଇଣ୍ଡିଆର ୩ ଜଣ ବଡ ବ୍ୟାଟର ରାହୁଲ,ରୋହିତ ଓ ବିରାଟ ଆଉଟ ହେବାପରେ ଜେଡେଜା-ସୂର୍ଯ୍ୟ କୁମାର ଦଳକୁ ବିଜୟ ଆଡକୁ ଅଗ୍ରସର କରାଇଥିଲେ। ସୂର୍ଯ୍ୟ କୁମାର ୧୮ ବଲ୍‌ରେ ୧୮ ରନ୍‌ କରି ଆଉଟ ହୋଇଯାଇଥିଲେ। ଏହାପରେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ପରେ ବ୍ୟାଟରେ ପାକିସ୍ତାନକୁ ଦମ୍‌ ଦେଖାଇଥିଲେ। ଜାଡେଜା ଓ ପାଣ୍ଡ୍ୟା ଦଳକୁ ବିଜୟ ଦ୍ବାରଦେଶରେ ପହଞ୍ଚାଇବା ସମୟରେ ଜାଡେଜା ୩୫ ରନ୍‌ରେ ଆଉଟ ହୋଇଥିଲେ।ଜାଡେଜା ୨୯ ବଲରେ ୩୫ ରନ୍‌ କରି ମହମ୍ମଦ ନୱାଜଙ୍କ ତୃତୀୟ ଶିକାର ହୋଇଥିଲେ। ଜାଡେଜାଙ୍କ ପରେ ଦିନେଶ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାଥ୍‌ ଦେଇ ଦଳକୁ ବିଜୟୀ କରିଥିଲେ। ହାର୍ଦ୍ଦିକ ୧୭ ବଲ୍‌ ଖେଳି ୩୩ ରନ୍‌ କରି ଭାରତକୁ ବିଜୟୀ କରାଇଥିଲେ।

About The Author: The Sakala