ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲା ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ସୁପର-୪ର ଏହି ମୁକାବିଲାରେ ଶ୍ରୀଲଙ୍କା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୩ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଶ୍ରୀଲଙ୍କାକୁ ୧୭୪ ରନର ଆବଶ୍ୟକତା ରହିଛି।
ପ୍ରାରମ୍ଭିକ ପର୍ଯ୍ଯାୟରେ ଭାରତର ବ୍ୟାଟିଂ ବିପର୍ଯ୍ଯୟ ହୋଇଥିଲା । ଲୋକେସ ରାହୁଲ ୭ ବଲରେ ୬ ରନ କରି ଆଉଟ ହୋଇଥିବା ବେଳେ ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ। ଏହା ପରେ ରୋହିତ ଶର୍ମା ଏକ ଅଧିନାୟକ ପାରି ଖେଳିଥିଲେ। ୪୧ ବଲରେ ୭୧ ରନ କରି ରୋହିତ ଶର୍ମା ଆଉଟ ହୋଇଥିବା ବେଳେ ସୂର୍ଯ୍ଯକୁମାର ଯାଦବ ୨୯ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ଏହା ପରେ ପାରିକୁ ଋଷଭ ପନ୍ତ ଓ ହାର୍ଦ୍ଧିକ ପାଣ୍ଡ୍ୟା ସମ୍ଭାଳିଥିଲେ। ହାର୍ଦ୍ଧିକ ପାଣ୍ଡ୍ୟା ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ପରେ ଦୀପକ ହୁଡ୍ଡା ପାରିକୁ ସମ୍ଭାଳିଥିଲେ। ଋଷଭ ପନ୍ତ ୧୩ ବଲରେ ୧୭ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ୍ଡା ୪ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ଭୁବେନଶ୍ବର କୁମାର ଶୂନରେ ଆଉଟ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ବିନ ୭ ବଲରେ ୧୫ ଓ ଅର୍ଶଦୀପ ସିଂ ୧ ରନ କରି ଅପରାଜିତ ରହିଥିଲେ।
ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୁସଙ୍କା ୩ଟି ୱିକେଟ ନେଇଥିବା ବେଳେ । ଦାଶୁନ୍ ସନାକା ଓ ଚାମିକା କରୁଣାରତ୍ନେ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ମହେଶ ଥିକସାନା ଗୋଟିଏ ୱିକେଟ ନେଇଥିଲା।