ଲକ୍ଷ୍ନୌ: ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରେ ଗୁରୁବାର ଖେଳାଯାଇଛି ଦଶମ ମ୍ୟାଚ୍ । ଏକନ୍ନା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହାମୁହିଁ ହୋଇଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୩୧୧ ରନ କରିଥିଲା। ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ୩୧୨ ରନର ଆବଶ୍ୟକତା ରହିଥିଲା । ହେଲେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୪୦.୦୫ ଓଭରରେ୧୭୭ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୧୩୪ ରନରେ ମ୍ୟାଚକୁ ଜିତି ନେଇଛି।
ଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର୍ ୨୭ ବଲରେ ୧୩ ରନ କରି ଆଉଟ ହୋଇଥିବା ବେଳେ ମିସେଲ୍ ମାର୍ସ ୧୫ ବଲରେ ୭ ରନ କରି ଆଉଟ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୧୬ ବଲରେ ୧୯ ରନ କରି ଆଉଟ ହୋଇଥିଲେ। ଜସ୍ ଇଙ୍ଗ୍ଲିସ୍ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ଗ୍ଲେନ୍ ମାକ୍ସୱେଲ୍ ୧୭ ବଲରେ ୩ ରନ କରି ଆଉଟ ହୋଇଥିଲେ। ମାର୍କସ୍ ଷ୍ଟଇନିସ୍ ୪ ବଲରେ ୫ ରନ କରି ଆଉଟ ହୋଇଥିଲେ। ପାରିକୁ ମିସେଲ୍ ଷ୍ଟାର୍କ ଓ ମାର୍ଣ୍ଣସ୍ ଲାବୁସେନ୍ ସମ୍ଭାଳିଥିଲେ। ମିସେଲ୍ ଷ୍ଟାର୍କ ୫୧ ବଲରେ ୨୭ ରନ କରି ଆଉଟ ହୋଇଥିବା ବେଳେ ମାର୍ଣ୍ଣସ୍ ଲାବୁସେନ୍ ୭୪ ବଲରେ ୪୬ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ପ୍ୟାଟ୍ କୁମିନ୍ସ୍ ଓ ଆଦାମ୍ ଜାମ୍ପା ସମ୍ଭାଳିଥିଲେ। ପ୍ୟାଟ୍ କୁମିନ୍ସ୍ ୨୧ ବଲରେ ୨୨ ରନ କରି ଆଉଟ ହୋଇଥିଲେ। ପରେ ଜସ୍ ହେଜେଲ୍ଉଡ୍ ୨ ବଲରେ ୨ ରନ କରି ଆଉଟ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ କଗିସୋ ରବାଡ଼ା ୩ଟି ୱିକେଟ ନେଇଥିଲେ। ମାକ୍ରୋ ଜାନ୍ସେନ୍, ତବ୍ରେଜ୍ ଶମ୍ସୀ ଓ କେଶବ ମହାରାଜ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଲୁଙ୍ଗୀ ଏଙ୍ଗୀଡ଼ୀ ଗୋଟିଏ ୱିକେଟ ନେଇଥିଲେ।