କ୍ରିକେଟ ବିଶ୍ୱକପ୍ ପାଇଁ ସଚିନ୍ ତେନ୍ଦୁଲକରଙ୍କୁ ବିସିସିଆଇ ଦେଲା ‘ଗୋଲ୍ଡେନ୍ ଟିକେଟ୍’

ମୁମ୍ବାଇ: କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍ । କ୍ରିକେଟ ବିଶ୍ୱକପର ମ୍ୟାଚ୍ ପାଇଁ ସଚିନଙ୍କୁ ଭେଟି ଏହି ଗୋଲଡେନ ଟିକେଟ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଭାରତରେ ବିଶ୍ୱକପ ହେଉଥିବାରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଛି ବିସିସିଆଇ । 🏏🇮🇳 An iconic moment for cricket and the nation! As part of our “Golden Ticket for India Icons” […]

ମୁମ୍ବାଇ: କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମିଳିଲା ଗୋଲଡେନ ଟିକେଟ୍ । କ୍ରିକେଟ ବିଶ୍ୱକପର ମ୍ୟାଚ୍ ପାଇଁ ସଚିନଙ୍କୁ ଭେଟି ଏହି ଗୋଲଡେନ ଟିକେଟ ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଭାରତରେ ବିଶ୍ୱକପ ହେଉଥିବାରୁ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଛି ବିସିସିଆଇ ।

କ୍ରିକେଟ ବିଶ୍ୱକପ ପାଇଁ ବିସିସିଆଇ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନର ନାମ ରହିଛି ‘ଗୋଲଡେନ୍ ଟିକେଟ୍ ଫର୍ ଇଣ୍ଡିଆ ଆଇକନ୍ସ ’। ପ୍ରଥମ ଗୋଲଡେନ ଟିକେଟ୍ ଶତାବ୍ଦୀର ନାୟକ ତଥା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ପ୍ରଦାନ କରିଥିଲା ଭାରତୀୟ କ୍ରିକେଟ ବୋର୍ଡ। ଏବେ ବ୍ୟାଟିଂ କିମ୍ବଦନ୍ତୀ ତଥା ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କୁ ଏହି ସ୍ଵତନ୍ତ୍ର ଟିକେଟ୍ ଦିଆଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ସଚିନଙ୍କୁ ଗୋଲଡେନ ଟିକେଟ ପ୍ରଦାନ କରୁଥିବାର ଫଟୋ ଟ୍ୱିଟ୍ କରିଛି ବିସିସିଆଇ । ବିିସିସିଆଇ ଏହି ଟ୍ୱିଟ୍ କରି ଲେଖିଛି, ଦେଶ ଓ କ୍ରିକେଟ ପାଇଁ ଏହା ସ୍ମରଣୀୟ ମୁହୂର୍ତ୍ତ ।

ଅକ୍ଟୋବର ୫ ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ବିଶ୍ୱକପ ପାଇଁ ବିସିସିଆଇ ଏପରି ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି।

About The Author: The Sakala