ହକି ବିଶ୍ବକପ୍‌ ୨୦୨୩ : ଜାପାନକୁ ୩-୦ ଗୋଲରେ ହରାଇଲା ଜର୍ମାନୀ

ଭୁବନେଶ୍ବର : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଅଷ୍ଟମ ମ୍ୟାଚ୍‌ରେ ଜାପାନ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରି ଜର୍ମାନୀ ତାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜାପାନକୁ ୩-୦ ଗୋଲରେ ହରାଇଛି ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀ ପ୍ରଥମରୁ ଭଲ ପଦର୍ଶନ କରିଆସୁଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ […]

ଭୁବନେଶ୍ବର : ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଅଷ୍ଟମ ମ୍ୟାଚ୍‌ରେ ଜାପାନ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରି ଜର୍ମାନୀ ତାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜାପାନକୁ ୩-୦ ଗୋଲରେ ହରାଇଛି ଜର୍ମାନୀ।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀ ପ୍ରଥମରୁ ଭଲ ପଦର୍ଶନ କରିଆସୁଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ ୨ଟି କ୍ବାର୍ଟର ପର୍ଯ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଇଥିଲେ ହେଁ ୩ୟ କ୍ବାର୍ଟରରେ ଜର୍ମାନୀର ଗ୍ରାମବୁସ ମେଟ୍‌ସ ଓ ୪୦ ମିନିଟରେ ରୁହର ଖ୍ରୀଷ୍ଟୋଫର ଯଥାକ୍ରମେ ପେନାଲ୍ଟି ଓ ଫିଲ୍ଡ ଗୋଲ୍‌ ଦେଇ ନିଜ ଦଳକୁ ଆଗୁଆ କରିଥିଲେ। ଏହାପରେ ପ୍ରିଞ୍ଜ ଥିଜ୍‌ ୪୮ମିନିଟରେ ଫିଲ୍ଡ ଗୋଲ ଦେଇଥିଲେ। ପୂରା ମ୍ୟାଚ‌ରେ ଜର୍ମାନିକୁ ୮ ଥର ପେନାଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଥରେ ମାତ୍ର ଗୋଲ ଦେଇପାରିଥିଲା। ଅପରପକ୍ଷେ ଜାପାନକୁ ପେନାଲ୍ଟି ଗୋଲ ଦେବା ପାଇଁ ଥରଟିଏ ମାତ୍ର ସୁଯୋଗ ମିଳିଥିଲା।

ଅନ୍ୟପଟେ କଳିଙ୍ଗରେ ଆଜି ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ କୋରିଆ ବିପକ୍ଷରେ ଡ଼ିଫେଣ୍ଡି ଚାମ୍ପିଅନ୍‌ ବେଲଜିୟମ ବୃହତ ବିଜୟ ହାସଲ କରିଛି। ଏଫଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ବଡ଼ ବିଜୟ ସହ ଅଭିଯାନ ଆରମ୍ଭ କରିଛି ୨୦୧୮ ହକି ବିଶ୍ବକପ ଚାମ୍ପିଅନ୍‌ ବେଲଜିୟମ୍‌। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଚଳିତ ବିଶ୍ବକପ୍‌ର ୭ମ ମ୍ୟାଚରେ ୫-୦ ଗୋଲ୍‌ରେ ବେଲଜିୟମ କୋରିଆକୁ ହରାଇଛି।

ମ୍ୟାଚର ପ୍ରଥମ ଦୁଇଟି କ୍ୱାର୍ଟର ଗୋଲଶୂନ ରହିଥିଲା। ହେଲେ ତୃତୀୟ କ୍ୱାର୍ଟରରୁ ବେଲେଜିୟମ ଆଟାକିଙ୍ଗ ଗେମ ଆରମ୍ଭ କରିଥିଲା। ବେଲଜିୟମର ଖେଳାଳିମାନେ କୋରିଆର ଗୋଲପୋଷ୍ଟକୁ ବାରମ୍ବାର ଆଟାକ କରି ଗୋଲ ବର୍ଷା କରିଥିଲେ । ତେଵେ ଅନେକ ପେନାଲ୍ଟି କର୍ଣ୍ଣର କୋରିଆକୁ ମିଳିଥିଲେ ମଧ୍ୟ ଗୋଟିଏ ଗୋଲ ଦେବାରେ ସକ୍ଷମ ହୋଇନଥିଲେ କୋରିଆ ଖେଳାଳି।

ବେଲଜିୟମ ଟିମ୍‌ ପକ୍ଷରୁ ହେଣ୍ଡରିକ୍ସ ଆଲେକଜାଣ୍ଡର ୩୦ ମିନିଟରେ ପେନାଲ୍ଟି ଗୋଲ ଦେଇଥିଲେ। ୪୨ ମିନିଟରେ କୋସନି ଟାଙ୍ଗୁଏ ଫିଲ୍ଡ ଗୋଲ୍‌ ଓ ଭାନ ଆଉବେଲ ଫ୍ଲୋରେଣ୍ଟ ୪୯ ମିନିଟରେ ପେନାଲ୍ଟି ଗୋଲ୍‌ ଦେଇଥିଲେ। ଡକ୍‌ଏର ସେବଷ୍ଟାଇନ୍‌ ୫୧ ମିନିଟରେ ଫିଲ୍ଡ ଗୋଲ୍‌ ଦେଇଥିଲେ। ୫୭ ମିନିଟରେ ବେଲଜିୟମ ଆଉ ଏକ ଗୋଲ ଦେଇଥିଲା। ଏହି କାମ କରିଥିଲେ ଡି ସ୍ଲୋଭର ଆତହୁର। କୋରିଆକୁ ୬ ଥର ପୋନଲ୍ଟି ଗୋଲ ଦେବାର ସୁଯୋଗ ମିଳିଥିଲା। କିନ୍ତୁ ଦଳର ଖେଳାଳିମାନେ ଏଥିରୁ ଲାଭ ଉଠାଇପାରି ନଥିଲେ।

About The Author: The Sakala