କ୍ରିକେଟ୍‌ ବିଶ୍ୱକପ୍‌ ୨୦୨୩: ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବୋଲିଂ ନିଷ୍ପତ୍ତି

ଅହମ୍ମଦାବାଦ୍‌‌: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱ କ୍ରିକେଟ୍‌‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ଆଇସିସି ଏକଦିବସୀୟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ସାରା ବିଶ୍ୱର କୋଟି କୋଟି କ୍ରିକେଟ୍‌‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି। ୨୦୧୯ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌‌ର ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବ। ଆଜିର ଏହି ଉଦ୍‌‌ଘାଟନୀ ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ […]

ଅହମ୍ମଦାବାଦ୍‌‌: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବିଶ୍ୱ କ୍ରିକେଟ୍‌‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ଆଇସିସି ଏକଦିବସୀୟ ବିଶ୍ୱକପ୍‌‌ର ତ୍ରୟୋଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ସାରା ବିଶ୍ୱର କୋଟି କୋଟି କ୍ରିକେଟ୍‌‌ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି। ୨୦୧୯ ସଂସ୍କରଣର ବିଜେତା ଇଂଲଣ୍ଡ ଓ ଉପବିଜେତା ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌‌ର ଉଦ୍‌‌ଘାଟନୀ ମ୍ୟାଚ୍‌‌ ଖେଳାଯିବ। ଆଜିର ଏହି ଉଦ୍‌‌ଘାଟନୀ ମ୍ୟାଚରେ ଟସ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇବ।

ପ୍ରଥମ ମ୍ୟାଚ୍‌ ପୂର୍ବରୁ ଦୁଇ ଦଳଙ୍କୁ ଝଟ୍‌କା ଲାଗିଛି। ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ର ୧ଲକ୍ଷ ୩୨ ହଜାର ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡର ପ୍ରମୁଖ ଖେଳାଳି ତଥା ପୂର୍ବତନ ଅଧିନାୟକ ବେନ୍‌ ଷ୍ଟୋକ୍ସ ଏବଂ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ୍‌ ଓ ଟିମ୍‌ ସାଉଦିଙ୍କ ବିନା ଦୁଇ ଦଳ ପଡ଼ିଆକୁ ଓହ୍ଲାଇବେ। ଷ୍ଟୋକ୍ସଙ୍କ ହିପ୍‌ରେ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ଗୁରୁବାର ବିଶ୍ରାମ ଦିଆଯିବାକୁ ଦଳ ନିଷ୍ପତ୍ତି ନେଇଛି।

ଇଂଲଣ୍ଡ: ଜୋଶ ବଟଲର୍‌‌ (ଅଧିନାୟକ), ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ମୋଇନ ଅଲ୍ଲୀ,  ସାମ୍‌‌ କୁରାନ,  କ୍ରିସ୍‌‌ ୱକ୍ସ, ଜନ୍ନୀ ବେୟାରଷ୍ଟୋଆଦିଲ ରଶିଦ ଓ ମାର୍କ ଉଡ୍‌‌

ନ୍ୟୁଜିଲାଣ୍ଡ: ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ଡେଭନ କନୱେ, ଟମ୍‌‌ ଲାଥମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ଟ୍ରେଣ୍ଟ ବୋଲ୍ଟ ଓ  ମ୍ୟାଟ୍‌‌ ହେନରୀ,

About The Author: The Sakala