କ୍ରିକେଟ୍‌ ଇତିହାସରେ ପ୍ରଥମ, ଟାଇମ୍‌ ଆଉଟ୍‌ ହୋଇ ପାଭିଲିୟନକୁ ଫେରିଲେ ଆଞ୍ଜେଲୋ ମାଥ୍ୟୁସ

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମାହାଁମୁହିଁ ହୋଇଛନ୍ତି ବାଂଲାଦେଶ-ଶ୍ରୀଲଙ୍କା । ଆଜିର ମ୍ୟାରରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଯାହାକି କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରିବାକୁ ପଡି ନ ଥିଲା। ସୂଚନାଯୋଗ୍ୟ, […]

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମାହାଁମୁହିଁ ହୋଇଛନ୍ତି ବାଂଲାଦେଶ-ଶ୍ରୀଲଙ୍କା । ଆଜିର ମ୍ୟାରରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଯାହାକି କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରିବାକୁ ପଡି ନ ଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ବାଂଲାଦେଶ-ଶ୍ରୀଲଙ୍କା ଖେଳାଯାଉଛି। ଏହି ମ୍ୟାଚ୍‌ ଟସ୍‌ ଜିତି ବାଂଲାଦେଶ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ଇନିଂସ ସମୟରେ ସମରବିକ୍ରମା ଆଉଟ୍‌ ହେବା ପରେ ମାଥ୍ୟୁସ୍‌ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେ ଭୁଲ୍‌ ହେଲ୍‌ମେଟ୍‌ ନେଇ ଆସିଥିଲେ। ଏହା ପରେ ସେ ସଠିକ୍‌ ହେଲମେଟ୍‌ ପାଇଁ ଇସାରା କରିଥିଲେ। ଏହି ସମୟରେ ବାଂଲାଦେଶ ଖେଳାଳି ମାନେ ଟାଇମ୍‌ ଆଉଟ୍‌ ପାଇଁ ଅପିଲ୍‌ କରିଥିଲେ। ମାଥ୍ୟୁସ୍‌ଙ୍କୁ ଅମ୍ପାୟାର ଆଉଟ୍‌ ଘୋଷଣା କରିଥିଲେ। ଫଳରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମାଥ୍ୟୁସ୍‌ ଟଇମ୍‌ ଆଉଟ୍‌ ହୋଇଥିବା ପ୍ରଥମ କ୍ରିକେଟର୍‌ ହୋଇଥିଲେ।

About The Author: The Sakala