ୱେଲାଲାଗେ ଓ ଆଶାଲଙ୍କାଙ୍କ ଘାତକ ବୋଲିଂ : ଶ୍ରୀଲଙ୍କାକୁ ୨୧୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

କଲମ୍ବୋ: ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଲଙ୍କା ସ୍ପିନ୍‌ରଙ୍କ ସାମ୍ନା କରିନପାରି ଟିମ୍‌ ଇଣ୍ଡିଆ ୨୧୩ ରନରେ ଅଲଆଉଟ ହୋଇଯାଇଛି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୪୯.୧ ଓଭର ଖେଳି ୨୧୩ ରନ୍‌ରେ ସମସ୍ତ ୱିକେଟ ହରାଇଛି। ଗତକାଲି ପାକିସ୍ତାନର ପ୍ରେସ୍‌ ବାହିନୀ ବିପକ୍ଷରେ ବିଶାଳ ସ୍କୋର କରିଥିବା ଭାରତୀୟ ବ୍ୟାଟର ଆଜି ଶ୍ରୀଲଙ୍କା ସ୍ପିନରଙ୍କୁ ଖେଳିପାରି ନାହାନ୍ତି। ଶ୍ରୀଲଙ୍କା ଦୁଇ ସ୍ପିନର […]

କଲମ୍ବୋ: ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଲଙ୍କା ସ୍ପିନ୍‌ରଙ୍କ ସାମ୍ନା କରିନପାରି ଟିମ୍‌ ଇଣ୍ଡିଆ ୨୧୩ ରନରେ ଅଲଆଉଟ ହୋଇଯାଇଛି। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ୪୯.୧ ଓଭର ଖେଳି ୨୧୩ ରନ୍‌ରେ ସମସ୍ତ ୱିକେଟ ହରାଇଛି। ଗତକାଲି ପାକିସ୍ତାନର ପ୍ରେସ୍‌ ବାହିନୀ ବିପକ୍ଷରେ ବିଶାଳ ସ୍କୋର କରିଥିବା ଭାରତୀୟ ବ୍ୟାଟର ଆଜି ଶ୍ରୀଲଙ୍କା ସ୍ପିନରଙ୍କୁ ଖେଳିପାରି ନାହାନ୍ତି। ଶ୍ରୀଲଙ୍କା ଦୁଇ ସ୍ପିନର ଦୁନିଥ୍‌ ୱେଲାଲାଗେ ଓ ଚରିଥ ଆଶାଲଙ୍କା ବିପର୍ଯ୍ୟୟ ସୃଷ୍ଟି କରିବା ସହ ଦୁଇ ଜଣ ୯ ୱିକେଟ ବାଣ୍ଟିନେଇଛନ୍ତି।

ସୋମବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଶେଷ ହୋଇଥିବା ବେଳେ ଆଜି ଭାରତୀୟ ଟିମ ଏସିଆ କପ ସୁପର ୪ରେ ଶ୍ରୀଲଙ୍କା ବିପକ୍ଷରେ ପଡିଆକୁ ଓହ୍ଲାଇଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଓ ଶୁବମନ ଗିଲ୍‌ ଭଲ ଷ୍ଟାର୍ଟ ଦେଇଥିଲେ। ଗିଲ୍‌ ଦଳୀୟ ସ୍କୋର ୮୦ ଥିବା ବେଳେ ବ୍ୟକ୍ତିଗତ ୧୯ ରନ କରି ଆଉଟ ହୋଇଥିଲେ। ଏହାପରେ ପଡିଆକୁ ଆସିିଥିବା ବିରାଟ ବି ଫେଲ ମାରିଥିଲେ। ଗତକାଲି ପାକିସ୍ତାନ ପ୍ରେସ୍‌ ବୋଲରଙ୍କୁ ଧୁମ୍‌ ପିଟିଥିବା ବିରାଟ ଲଙ୍କା ସ୍ପିନରଙ୍କୁ ଖେଳି ନପାରି ମାତ୍ର ୩ ରନ କରି ଦୁନିତ ୱେଲ୍ଲାଲାଗେଙ୍କ ବଲରେ ଆଉଟ ହୋଇଥିଲେ। ସେତେବେଳେ ଭାରତର ସ୍କୋର ୯୦ ରନ୍‌ ଥିଲା, ଏହାପରେ ମାତ୍ର ଏକ ରନ୍ ପରେ ରୋହିତ ୫୩ ରନ କରି ୱେଲାଲାଗେଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ରୋହିତଙ୍କ ୱିକେଟ ଭାରତୀୟ ବ୍ୟାଟର ଗୋଟିଏ ପରେ ଗୋଟିଏ ଲଙ୍କା ସ୍ପିନରଙ୍କ ବଲକୁ ବୁଝି ନପାରି ଆଉଟ ହୋଇଥିଲେ। ଶେଷ ସମୟରେ ବର୍ଷା କାରଣରୁ ମ୍ୟାଚକୁ କିଛି ସମୟ ବନ୍ଦ ରଖାଯାଇଥିଲା। ଭାରତ ୪୭ ଓଭର ଖେଳି ୧୯୭ ରନ୍‌ରେ ୯ ୱିକେଟ ହରାଇ ଥିବା ବେଳେ ବର୍ଷା ମ୍ୟାଚରେ ବାଧକ ସାଜିଥିଲା।  ଶେଷ ୱିକେଟ ରେ ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜ ବର୍ଷା ପରେ ପଡିଆକୁ ଆସି ଆଉ ୧୬ ରନ୍‌ ଯୋଗ ଦେଇଥିଲେ। ଦଳିୟ ସ୍କୋର ୧୧୩ ଥିବା ସମୟରେ ମହୀଶ ତୀକ୍ଷଣାଙ୍କୁ ଏକ ବଡ଼ ସଟ୍‌ ମାରିବାକୁ ଯାଇ ଅକ୍ଷର ପଟେଲ ଆଉଟ ହୋଇଥିଲେ।

୨୦ ବର୍ଷିୟ ସ୍ପିନର ସୃଷ୍ଟି କଲେ ବିପର୍ଯ୍ୟୟ

ଏସିଆ କପର ସୁପର-୪ର ଚତୁର୍ଥ ମ୍ୟାଚରେ ଭାରତ ବିପକ୍ଷରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଶ୍ରୀଲଙ୍କାର ୨୦ ବର୍ଷିୟ ସ୍ପିନର ଦୁନିଥ୍‌ ୱେଲାଲାଗେ। ଦୁନିଥ୍‌ ୱେଲାଲାଗେ ଏକା ଟିମ୍ ଇଣ୍ଡିଆର ୫ ୱିକେଟ୍ ନେଇଥିଲେ। କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଥିବା ଆଜିର ମ୍ୟାଚରେ ଶ୍ରୀଲଙ୍କାର ୨୦ବର୍ଷିୟ ସାଂଘାତିକ ବାମହାତୀ ସ୍ପିନର ଦୁନିଥ୍‌ ୱେଲାଲାଗେ ଶୁଭମାନ ଗିଲ (୧୯), ବିରାଟ କୋହଲି (୩), ରୋହିତ ଶର୍ମା (୫୩), କେ.ଏଲ ରାହୁଲ (୩୯) ଏବଂ ହାର୍ଦ୍ଦିକ ପାଣ୍ଡ୍ୟା (୫) ଙ୍କୁ ଆଉଟ କରିଛନ୍ତି। ତେବେ ଦୁନିଥ୍‌ ୱେଲାଲାଗେଙ୍କ ପରେ ଚରିଥ ଆଶାଲଙ୍କା ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରି ୪ ୱିକେଟ ନେଇଥିଲେ। ଆଶାଲଙ୍କା ଇଶାନ କିଶାନ,ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା ଓ କୁଲଦୀପ ଯାଦବଙ୍କୁ ଆଉଟ କରିଥିଲେ।

About The Author: The Sakala