ଆଇପିଏଲ୍‌-୧୮: ୯ ବର୍ଷ ପରେ ଫାଇନାଲରେ ବେଙ୍ଗାଲୁରୁ

The Sakala Picture
Published On

ମୁଲାନପୁର: ଟେବଲ ଟପ୍ପର ପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) -୧୮ର ଫାଇନାଲରେ ପ୍ରବେଶ କରିଛି। ଏହା ଫଳରେ ଦୀର୍ଘ ୯ ବର୍ଷ ପରେ ବେଙ୍ଗାଲରୁ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶେଷଥର ଲାଗି ୨୦୧୬ରେ ଦଳ ଫାଇନାଲରେ ସନ୍‌ରାଇଜର୍ସ ହାଇଦରାବାଦ୍‌ଠାରୁ ୮ ରନ୍‌ରେ ପରାଜିତ ହୋଇ ତୃତୀୟଥର ସକାଶେ ରନର୍ସ ଅପ୍‌ ହୋଇଥିଲା। ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ବେଙ୍ଗାଲୁରୁ […]

ମୁଲାନପୁର: ଟେବଲ ଟପ୍ପର ପଞ୍ଜାବ କିଙ୍ଗ୍‌ସକୁ ୮ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) -୧୮ର ଫାଇନାଲରେ ପ୍ରବେଶ କରିଛି। ଏହା ଫଳରେ ଦୀର୍ଘ ୯ ବର୍ଷ ପରେ ବେଙ୍ଗାଲରୁ ଆଇପିଏଲ୍‌ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଶେଷଥର ଲାଗି ୨୦୧୬ରେ ଦଳ ଫାଇନାଲରେ ସନ୍‌ରାଇଜର୍ସ ହାଇଦରାବାଦ୍‌ଠାରୁ ୮ ରନ୍‌ରେ ପରାଜିତ ହୋଇ ତୃତୀୟଥର ସକାଶେ ରନର୍ସ ଅପ୍‌ ହୋଇଥିଲା। ପୂର୍ବରୁ ୨୦୦୯, ୨୦୧୧ ଓ ୨୦୧୬ରେ ବେଙ୍ଗାଲୁରୁ ଫାଇନାଲରେ ପ୍ରବେଶ କରି ସବୁଥିରେ ହାରିଯାଇଥିଲା। ଅହମ୍ମଦାବାଦ୍‌ରେ ଜୁନ୍‌ ୩ ତାରିଖ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଠାରେ ଜୁନ୍‌ ୧ ତାରିଖ ଖେଳାଯିବାକୁ ଥିବା କ୍ୱାଲିଫାୟର-୨ର ବିଜେତା ସହ ବେଙ୍ଗାଲୁରୁ ଫାଇନାଲ ଖେଳିବ। ଆଜିର ମ୍ୟାଚ୍‌ରେ ପରାଜିତ ପଞ୍ଜାବ ଟିମ୍‌ ଜୁନ୍‌-୧ରେ ହେବାକୁ କ୍ୱାଲିଫାୟର-୨ରେ ଖେଳିବ। ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆସନ୍ତାକାଲି ଖେଳାଯିବାକୁ ଥିବା ଏଲିମିନେଟର ମୁକାବିଲାର ବିଜେତା ସହ ପଞ୍ଜାବର ମୁକାବିଲା କ୍ୱାଲିଫାୟର-୨ରେ ହେବ। ବିଜୟୀ ବେଙ୍ଗାଲୁରୁ ଦଳ ପକ୍ଷରୁ ୧୭ ରନ୍‌ରେ ୩ଟି ୱିକେଟ ନେଇଥିବା ସୂୟାଶ ଶର୍ମାଙ୍କୁ ମ୍ୟାଚ୍‌ ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଭାରତ ଟି-୨୦ ବିଶ୍ୱକପ ଚମ୍ପିଅନ୍: ଫାଇନାଲରେ ନ୍ୟୁଜିଲାଣ୍ଡକୁ ୯୬ ରନ୍‌ରେ ହରାଇ ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ

ଚଣ୍ଡିଗଡର ମୁଲାନପୁରରେ ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟରରେ ବେଙ୍ଗାଲୁରୁ ବୋଲିଂର ଉଚିତ ମୁକାବିଲା କରି ନ ପାରି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍‌ସ ୧୪.୧ ଓଭରରେ ମାତ୍ର ୧୦୧ ରନ୍‌ କରି ଅଲଆଉଟ ହୋଇଥିଲା। ଜବାବରେ ବେଙ୍ଗାଲୁରୁ ୧୦ ଓଭରରେ ୨ ୱିକେଟ ହରାଇ ବିଜୟ ଲାଗି ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ଅଧିନାୟକ ରଜତ ପାଟିଦାର ବିରାଟ ଛକା ମାରି ଏହି ମ୍ୟାଚ୍‌ରେ ବିରାଟ ବିଜୟ ସହ ଷ୍ଟାଡିୟମ୍‌ରେ ଉପସ୍ଥିତ ତଥା ଟେଲିଭିଜନରେ ଖେଳ ଦେଖୁଥିବା କୋଟି କୋଟି ବେଙ୍ଗାଲୁରୁ ଦର୍ଶକଙ୍କ ମନରେ ଆନନ୍ଦ ଖେଳାଇ ଦେଇଥÒଲେ। ପଞ୍ଜାବ ପ୍ରଦତ୍ତ ୧୦୨ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଦମ୍‌ର ସହ ଖେଳିଥିଲା। କିନ୍ତୁ ଦଳର ସୁପର ଷ୍ଟାର ବିରାଟ କୋହଲିଙ୍କୁ ୧୨ ରନ୍‌ରେ କାଏଲ ଜାମିସନ ଆଉଟ କରି ପଞ୍ଜାବ ଶିବିରରେ ଆନନ୍ଦ ଖେଳାଇଥିଲେ। ଏହା ପରେ ମୟଙ୍କ ଅଗରୱାଲ ୧୯ ରନ୍‌ରେ ମୁସୀର ଖାନ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ୮୪ ରନ୍‌ରେ ଦ୍ୱିତୀୟ ୱିକେଟ ପଡ଼ିବା ପରେ ସଲ୍ଟ ଓ ଅଧିନାୟକ ପାଟିଦାର ଆଉ କୌଣସି କ୍ଷତି ହେବାକୁ ନ ଦେଇ ଦଳକୁ ୮ ୱିକେଟରେ ସହଜ ବିଜୟ ପ୍ରଦାନ କରିଥିଲେ। ସଲ୍ଟ ୨୭ ବଲ୍‌ରେ ୬ ଚୌକା ଓ ୩ ଛକା ସହ ୫୬ ଏବଂ ପାଟିଦାର ଶେଷ ବଲ୍‌ରେ ଛକା ମାରିବା ସହ ୮ ବଲ୍‌ରୁ ୧୫ ରନ୍‌ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଦୁଇ ଅଙ୍କ ଛୁଇଁପାରିଲେନି ପଞ୍ଜାବର ୭ ବ୍ୟାଟର୍‌
ପୂର୍ବରୁ ବେଙ୍ଗାଲୁରୁ ବୋଲିଂର ଉଚିତ ମୁକାବିଲା କରି ନ ପାରି ପଞ୍ଜାବ କିଙ୍ଗ୍‌ସର ବ୍ୟାଟିଂ ତାସ ଘର ପରି ଭୁଷୁଡି ପଡ଼ିଥିଲା। ଦଳର ସମସ୍ତ ତାରକା ଓ ସଫଳ ବ୍ୟାଟର ଜଣଙ୍କ ପରେ ଜଣେ ପାଭିଲିୟନ ଫେରିଯାଇଥିଲେ। ସେମାନଙ୍କ ମଧ୍ୟରେ ମାତ୍ର ୩ଜଣ ଖେଳାଳି ଦୁଇ ଅଙ୍କରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ। ମାର୍କସ ଷ୍ଟୋଇନିସ ସର୍ବାଧିକ ୨୬, ପ୍ରଭସିମରନ ସିଂ ଓ ଆଜମତୁଲ୍ଲା ଓମରଜାଇ ୧୮ ରନ୍‌ ଲେଖାଏଁ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଶ୍ରେୟସ ଆୟର ୨, ଜୋଶ ଇଂଲିଶ ୪, ଯୁବ ଓପନର ପ୍ରିୟାଂଶ ଆର୍ଯ୍ୟ ୭, ନେହାଲ ୱାଧେରା ୮, ଶଶାଙ୍କ ସିଂ ୩ ଓ ଡେବ୍ୟୁ କରିଥିବା ମୁସୀର ଖାନ୍‌ ଖାତା ଖୋଲିପାରି ନ ଥିଲେ। ଫଳରେ ଦଳ ଏପରି ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ବେଙ୍ଗାଲୁରୁ ପକ୍ଷରୁ ଫାଷ୍ଟ ବୋଲର ଜୋଶ ହାଜ୍‌ଲେଉଡ ଓ ସ୍ପିନର ସୂୟାଶା ଶର୍ମା ୩ଟି ଲେଖାଏଁ ୱିକେଟ ନେଇ ପଞ୍ଜାବର ବ୍ୟାଟିଂ ଲାଇନ୍‌କୁ ଧ୍ୱଂସ କରିଦେଇଥିଲେ। ୟଶ ଦୟାଲ ୨ଜଣ, ଭୁବନେଶ୍ୱର କୁମାର ଓ ରୋମାରିଓ ସେଫର୍ଡ ଜଣେ ଲେଖାଏଁ ଖେଳାଳିଙ୍କୁ ଆଉଟ କରିଥିଲେ।

30 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର