ଭାରତୀୟ କ୍ରିକେଟ ପାଇଁ ନୂଆ ସମ୍ଭାବନା ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୧୨ ବର୍ଷ ବୟସରେ କଲେ ରଣଜୀ ଡେବ୍ୟୁ

The Sakala Picture
Published On

ପାଟଣା : ଭାରତୀୟ କ୍ରିକେଟରେ ଆଉ ଜଣେ କୁନି ପ୍ରତିଭାଙ୍କ ଆବିର୍ଭାବ ହୋଇଛି। ସେ ହେଉଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ସେ ମୁମ୍ବାଇ ବିପକ୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୨ ବର୍ଷ ୨୮୪ ଦିନ ବୟସରେ ରଣଜୀ ଖେଳି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ ସେ ରଣଜୀ ପଦାର୍ପଣ କରି ରେକର୍ଡ କରିଛନ୍ତି। ପ୍ରଥମ ପାଳିରେ ଓପନିଂ କରି ସେ ୧୯ ରନ […]

ପାଟଣା : ଭାରତୀୟ କ୍ରିକେଟରେ ଆଉ ଜଣେ କୁନି ପ୍ରତିଭାଙ୍କ ଆବିର୍ଭାବ ହୋଇଛି। ସେ ହେଉଛନ୍ତି ବିହାରର ବୈଭବ ସୂର୍ଯ୍ୟବଂଶୀ। ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ସେ ମୁମ୍ବାଇ ବିପକ୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୨ ବର୍ଷ ୨୮୪ ଦିନ ବୟସରେ ରଣଜୀ ଖେଳି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦ୍ୱିତୀୟ ସର୍ବକନିଷ୍ଠ କ୍ରିକେଟର ଭାବେ ସେ ରଣଜୀ ପଦାର୍ପଣ କରି ରେକର୍ଡ କରିଛନ୍ତି। ପ୍ରଥମ ପାଳିରେ ଓପନିଂ କରି ସେ ୧୯ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି। ବୈଭବ ଗତ ଗୋଟିଏ ବର୍ଷରେ ବିଭିନ୍ନ ସ୍ତରରେ ମ୍ୟାଚ୍‌ ଖେଳି ୪୯ଟି ଶତକ ହାସଲ କରି ନିଜ ଅସାଧା ରଣ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ବିହାର ସମସ୍ତିପୁର ଜିଲ୍ଲା ତାଜପୁରରେ ଜନ୍ମ ଗ୍ରହଣ କରିଥିବା ବୈଭବ ଭାରତୀୟ କ୍ରିକେଟ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ତାଙ୍କ ପୂର୍ବରୁ ଅଲିମୁଦ୍ଦିନ ୧୨ ବର୍ଷ ୨ ମାସ ୧୮ ଦିନରେ ରଣଜୀ ଖେଳି ସର୍ବକନିଷ୍ଠ ଖେଳାଳି ସାବ୍ୟସ୍ତ ହୋଇଥିଲେ। ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୫ ବର୍ଷ ୨୩୨ ଦିନରେ ପ୍ରଥମଥର ପାଇଁ ରଣଜୀ ଖେଳିଥିଲେ। ସଚିନଙ୍କଠାରୁ କମ୍‌ ବୟସରେ ବୈଭବ ରଣଜୀ ପଦାର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକାରେ ଭାରତର କମାଲ: ନିଜ ଓଜନଠାରୁ ତିନି ଗୁଣା ଅଧିକ ଭାର ଉଠାଇ ରୌପ୍ୟ ଜିତିଲେ ପାୱାରଲିଫ୍ଟର କିୟା ବାନାର୍ଜୀ

ଚାଷୀ ବାପାର ବିସ୍ଫୋରକ ବ୍ୟାଟର୍‌ ପୁଅ

ଆହୁରି ପଢ଼ନ୍ତୁ: ବୟସ ଜାଲିଆତି ପାଇଁ ଫସିଲେ ରୋହିତ ଯାଦବ: ଅଷ୍ଟ୍ରେଲିଆ ସିରିଜ୍ ପୂର୍ବରୁ ଅଣ୍ଡର-୧୯ ଦଳରେ ବଡ଼ ପରିବର୍ତ୍ତନ କଲା ବିସିସିଆଇ

ବୈଭବଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ଜଣେ ଚାଷୀ। ସେ ଜଣେ କ୍ରିକେଟର ହୁଅନ୍ତୁ ବୋଲି ଆରମ୍ଭରୁ ଅଭିଳାଷ ପୋଷଣ କରିଥିଲେ ପିତା ସଞ୍ଜୀବ। ଜଣେ ଚାଷୀ ହୋଇଥିଲେ ମଧ୍ୟ ବୈଭବଙ୍କୁ ସବୁ ପ୍ରକାର ସହାୟତା କରିବାକୁ ସବୁବେଳେ ପ୍ରସ୍ତୁତ ରହିଆସିଛି। ବୈଭବଙ୍କ ପ୍ରତିଭାରେ ୱାସିମ ଜାଫର ଓ ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ପୂର୍ବତନ କ୍ରିକେଟର ବେଶ୍‌ ପ୍ରଭାବିତ ହୋଇଥିଲେ ଓ ଭବିଷ୍ୟତରେ ଭଲ ଖେଳି ସେ ବିହାର ପାଇଁ ଗୌରବ ଆଣିଦେଉ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

୫ବର୍ଷରୁ ଧରିଥିଲେ ବ୍ୟାଟ୍‌

ପିଲାଟି ବେଳୁ ସେ କ୍ରିକେଟ ପ୍ରତି ଆକୃଷ୍ଟ ରହିଆସିଥିଲେ। ଆରମ୍ଭରୁ ସେ ଲେଦର ବଲ୍‌ରେ ଅଭ୍ୟାସ କର ଆସୁଛନ୍ତି। ମାତ୍ର ୫ ବର୍ଷ ବୟସରେ ସେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ୫ମ ଜନ୍ମ ଦିବସରେ ପିତା ତାଙ୍କୁ ଏକ ବ୍ୟାଟ ଉପହାର ଦେଇଥିଲେ। ଦୁଇ ବର୍ଷ ସେ ଘରେ ହିଁ କ୍ରିକେଟ ଖେଳିଥିଲେ। ତାଙ୍କୁ ଯେତେବେଳେ ୭ବର୍ଷ ହୋଇଥିଲା ପିତା ତାଙ୍କୁ ସମସ୍ତିପୁରର କ୍ରିକେଟ ଏକାଡେମୀ ନେଇଥିଲେ ଖେଳିବା ପାଇଁ। ସେଠାରେ ସେ ୩ ବର୍ଷ ଖେଳିବା ପରେ ତାଙ୍କୁ ପାଟଣାର ସମ୍ପଦଚକସ୍ଥିତ ଏକ୍ସ କ୍ରିକେଟ ଏକାଡେମୀରେ ଭର୍ତ୍ତି କରାଯାଇଥିଲା। ୧୦ ବର୍ଷ ବୟସରେ ସେ ବଡ଼ ବଡ଼ ମ୍ୟାଚ୍‌ ଖେଳିବା ଆରମ୍ଭ କରିଥିଲେ ଓ ସିନିଅରସ୍ତରରେ କ୍ରିକେଟ ଖେଳି ରନ ସଂଗ୍ରହ କରିଥିଲେ।

ହାସଲ କରିଛନ୍ତି ୪୯ ଶତକ, ୩ ଦ୍ୱିଶତକ

ବୈଭବ ବାମହାତୀ ବ୍ୟାଟିଂ କରିବା ସହ ବାମହାତୀ ସ୍ପିନ୍‌ ବୋଲିଂ କରିଥାନ୍ତି। ଗତ ଗୋଟିଏ ବର୍ଷ ମଧ୍ୟରେ ସେ ୪୯ଟି ଶତକ ହାସଲ କରିଛନ୍ତି। ଗତବର୍ଷ ଆନ୍ତଃଜିଲ୍ଲା ଟୁର୍ଣ୍ଣାମେଣ୍ଟ କୁହାଯାଉଥିବା ହେମନ ଟ୍ରଫିର ସୁପର ଲିଗ୍‌ରେ ସେ ସର୍ବାଧିକ ୬୭୦ ରନ ସଂଗ୍ରହ କରିଥିଲେ। ଏଥିରେ ୩ଟି ଲେଖାଏ ଶତକ ଓ ଅର୍ଦ୍ଧଶତକ ସାମିଲ ଥିଲା। ଗତବର୍ଷ ଅକ୍ଟୋବରରେ ୧୯ ବର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫି ପାଇଁ ତାଙ୍କର ଚୟନ ହୋଇଥିଲା। ଚଣ୍ଡିଗଡ଼ରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ସେ ୭୮.୬୦ ହାରରେ ବିହାର ପାଇଁ ସର୍ବାଧିକ ୩୯୩ ରନ ସଂଗ୍ରହ କରିଥିଲେ। ଏଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ଥିଲା।

ଇଂଲଣ୍ଡ, ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ

ଏହାପରେ ତାଙ୍କୁ ସିକେ ନାୟୁଡୁ ଟ୍ରଫି ଖେଳିବା ପାଇଁ ବେଙ୍ଗାଲୁରୁ ପଠାଯାଇଥିଲା। ୧୯ ବର୍ଷରୁ କମ୍‌ ଚ୍ୟାଲେଞ୍ଜର ଟ୍ରଫି ପାଇଁ ତାଙ୍କର ଚୟନ ହୋଇଥିଲା। ସେଠାରୁ ସେ ଗୁଆହାଟୀ ଯାଇଥିଲେ। ଏହାପରେ ତାଙ୍କୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଆନ୍ଧ୍ର ପ୍ରଦେଶରେ ଅନୁଷ୍ଠିତ ୧୯ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ସିରିଜର ସେ ଭାରତୀୟ-ବି ଦଳ ତରଫରୁ ଏକ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ୫୦ ରନ ସଂଗ୍ରହ କରିଥିଲେ। ବାଂଲାଦେଶ ଭଳି ଅନ୍ୟଦଳ ବିପକ୍ଷରେ ମଧ୍ୟ ସେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସେ ୬ଟି ପାଳି ଖେଳି ୧୭୭ ରନ ସଂଗ୍ରହ କରିଥିଲେ। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଏହାପରେ କୁଚ୍‌ ବିହାର ଟ୍ରଫି ପାଇଁ ତାଙ୍କୁ ଜାମସେଦପୁର ପଠାଇ ଦିଆଯାଇଥିଲା। ସେଠାରେ ସେ ଶତକ ହାସଲ କରିଥିଲେ। ଫଳରେ ସେ ଆଜି ରଣଜୀ ଟ୍ରଫିରେ ପଦାର୍ପଣ କରିବାର ସୁଯୋଗ ପାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp