ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ: ୯ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

The Sakala Picture
Published On

ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ଟାର୍ଗେଟ ଦେଇଥିଲା । ଯାହା ଅଷ୍ଟ୍ରେଲିଆ ଖେଳ ଆରମ୍ଭ ହେବାର ୭୬ ମିନିଟ ମଧ୍ୟରେ ହାସଲ କରିଥିଲା। ଟ୍ରେଭିସ୍ ହେଡ୍ ୪୯ ରନର ଏକ ଇନିଂସ ଖେଳିଥିଲେ। ଏହି ବିଜୟ ସହିତ କଙ୍ଗାରୁ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ପ୍ରତ୍ୟାବର୍ତ୍ତନ କରିଛି ​​। ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ରୁ ୧୩ […]

ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ଟାର୍ଗେଟ ଦେଇଥିଲା । ଯାହା ଅଷ୍ଟ୍ରେଲିଆ ଖେଳ ଆରମ୍ଭ ହେବାର ୭୬ ମିନିଟ ମଧ୍ୟରେ ହାସଲ କରିଥିଲା। ଟ୍ରେଭିସ୍ ହେଡ୍ ୪୯ ରନର ଏକ ଇନିଂସ ଖେଳିଥିଲେ। ଏହି ବିଜୟ ସହିତ କଙ୍ଗାରୁ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ପ୍ରତ୍ୟାବର୍ତ୍ତନ କରିଛି ​​। ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ରୁ ୧୩ ପର୍ଯ୍ୟନ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଶୁକ୍ରବାର ମ୍ୟାଚର ତୃତୀୟ ଦିନରେ ଭ୍ରମଣକାରୀ ଦଳ ଜିତିବା ପାଇଁ ଭାରତ ୭୬ ରନ୍‌ର ଏକ ଛୋଟ ଲକ୍ଷ୍ୟ ରଖିଥିଲେ ହେଁ ରବିଚନ୍ଦ୍ରନ ଅଶ୍ୱିନ ଦିନର ଦ୍ୱିତୀୟ ବଲରେ ଉସମାନ ଖାୱାଜାଙ୍କୁ ଶୂନରେ ଆଉଟ କରିଥିଲେ। ଫଳରେ ଭାରତୀୟ ପ୍ରଶଂସକଙ୍କ ଆଶା ବଢିଯାଇଥିଲ। ପ୍ରଥମ ୧୧ ଓଭରରେ ଭାରତୀୟ ସ୍ପିନରମାନେ ମଧ୍ୟ ପ୍ରଭାବଶାଳୀ ହୋଇଥିଲେ। ୧୨ ଓଭରରେ ବଲ ବଦଳା ଯାଇଥିଲା। ବଲ ବଦଳାଇବା ପୂର୍ବରୁ କଙ୍ଗାରୁ ଟିମ୍ ମାତ୍ର ୧୩ ରନ କରିଥିଲେ। ବଲ ବଦଳାଇବାର ୭ ଓଭର ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ବାକି ୬୩ ରନ୍ ସଂଗ୍ରହ କରିଥିଲେ। ଅଶ୍ୱିନଙ୍କ ବଲକୁ ୪ ମାରି  ଲାବୁଶେନ୍ ଦଳକୁ ବିଜୟୀ କରାଇଥିଲେ। ଟ୍ରାଭିସ୍ ହେଡ୍ ୪୯ ଏବଂ ଲାବୁଶେନ୍ ୨୮ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଅଧିନାୟକ ଶ୍ରେୟସ ଆୟରଙ୍କ ବଡ଼ ବୟାନ, ଦଳକୁ ଦେଲେ 'ନିର୍ଭୀକ' ମନ୍ତ୍ର

ଏହାପୂର୍ବରୁ ଭାରତ ୨ୟ ପାରିରେ ୧୬୩ ରନ୍ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସରେ ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା। ଏଥି ସହିତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭  ରନ୍ ସଂଗ୍ରହ କରି ପ୍ରଥମ ଇନିଂସରେ ୮୮ ରନ୍ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ଇନିଂସରେ ଭାରତ ୧୦୯ ରନ କରି ଆଉଟ ହୋଇଥିଲା।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

03 Mar 2023 By The Sakala

ଭାରତ- ଅଷ୍ଟ୍ରେଲିଆ ଟେଷ୍ଟ: ୯ ୱିକେଟରେ ଭାରତକୁ ହରାଇଲା ଅଷ୍ଟ୍ରେଲିଆ

ଇନ୍ଦୋର: ଶୁକ୍ରବାର ଦିନ ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ଭାରତକୁ ୯ ୱିକେଟରେ ପରାସ୍ତ କରିଛି। ଭାରତ ଅଷ୍ଟ୍ରେଲିଆକୁ ୭୬ ରନ୍‌ର ଟାର୍ଗେଟ ଦେଇଥିଲା । ଯାହା ଅଷ୍ଟ୍ରେଲିଆ ଖେଳ ଆରମ୍ଭ ହେବାର ୭୬ ମିନିଟ ମଧ୍ୟରେ ହାସଲ କରିଥିଲା। ଟ୍ରେଭିସ୍ ହେଡ୍ ୪୯ ରନର ଏକ ଇନିଂସ ଖେଳିଥିଲେ। ଏହି ବିଜୟ ସହିତ କଙ୍ଗାରୁ ଦଳ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ପ୍ରତ୍ୟାବର୍ତ୍ତନ କରିଛି ​​। ସିରିଜର ଶେଷ ମ୍ୟାଚ୍ ମାର୍ଚ୍ଚ ୯ ରୁ ୧୩ ପର୍ଯ୍ୟନ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଶୁକ୍ରବାର ମ୍ୟାଚର ତୃତୀୟ ଦିନରେ ଭ୍ରମଣକାରୀ ଦଳ ଜିତିବା ପାଇଁ ଭାରତ ୭୬ ରନ୍‌ର ଏକ ଛୋଟ ଲକ୍ଷ୍ୟ ରଖିଥିଲେ ହେଁ ରବିଚନ୍ଦ୍ରନ ଅଶ୍ୱିନ ଦିନର ଦ୍ୱିତୀୟ ବଲରେ ଉସମାନ ଖାୱାଜାଙ୍କୁ ଶୂନରେ ଆଉଟ କରିଥିଲେ। ଫଳରେ ଭାରତୀୟ ପ୍ରଶଂସକଙ୍କ ଆଶା ବଢିଯାଇଥିଲ। ପ୍ରଥମ ୧୧ ଓଭରରେ ଭାରତୀୟ ସ୍ପିନରମାନେ ମଧ୍ୟ ପ୍ରଭାବଶାଳୀ ହୋଇଥିଲେ। ୧୨ ଓଭରରେ ବଲ ବଦଳା ଯାଇଥିଲା। ବଲ ବଦଳାଇବା ପୂର୍ବରୁ କଙ୍ଗାରୁ ଟିମ୍ ମାତ୍ର ୧୩ ରନ କରିଥିଲେ। ବଲ ବଦଳାଇବାର ୭ ଓଭର ପରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ବାକି ୬୩ ରନ୍ ସଂଗ୍ରହ କରିଥିଲେ। ଅଶ୍ୱିନଙ୍କ ବଲକୁ ୪ ମାରି  ଲାବୁଶେନ୍ ଦଳକୁ ବିଜୟୀ କରାଇଥିଲେ। ଟ୍ରାଭିସ୍ ହେଡ୍ ୪୯ ଏବଂ ଲାବୁଶେନ୍ ୨୮ ରନ କରି ଅପରାଜିତ ରହିଥିଲେ।

ଏହାପୂର୍ବରୁ ଭାରତ ୨ୟ ପାରିରେ ୧୬୩ ରନ୍ ସ୍କୋର କରିବା ପରେ ଦ୍ୱିତୀୟ ଇନିଂସରେ ୨୭ ରନ୍ ଅଗ୍ରଣୀ ହାସଲ କରିଥିଲା। ଏଥି ସହିତ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୭  ରନ୍ ସଂଗ୍ରହ କରି ପ୍ରଥମ ଇନିଂସରେ ୮୮ ରନ୍ ଅଗ୍ରଣୀ ହାସଲ କରିଥିଲେ। ପ୍ରଥମ ଇନିଂସରେ ଭାରତ ୧୦୯ ରନ କରି ଆଉଟ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର