ବିନା ବରରେ ବାହାଘର

ଶୀର୍ଷକ ପଢ଼ି ଆାଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ମହାମାରୀ ଯୋଗୁଁ ଦୀର୍ଘ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ମେରିଲ୍ୟାଣ୍ଡର ଅମାଣ୍ଡା ମିସେଲ ଓ ସ୍ୟାମ୍ ଗ୍ରୀନବର୍ଗ । ମାତ୍ର ବିବାହର କିଛିଦିନ ପୂର୍ବରୁ ହଠାତ୍‌ କରୋନାରେ ପୀଡ଼ିତ ହୋଇଥିଲେ ବର ସାମ୍। ତେବେ ଏହା ଦ୍ବାରା ସେମାନଙ୍କ ବିବାହ ଅଟକି ନାହିଁ। ବରଂ ବିନା ବରରେ ବାହା ହୋଇଛନ୍ତି ଅମାଣ୍ଡା। ଯୋଜନା ମୁତାବକ ବିବାହର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ ହେଁ ସେଥିରେ […]

ଶୀର୍ଷକ ପଢ଼ି ଆାଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ମହାମାରୀ ଯୋଗୁଁ ଦୀର୍ଘ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ମେରିଲ୍ୟାଣ୍ଡର ଅମାଣ୍ଡା ମିସେଲ ଓ ସ୍ୟାମ୍ ଗ୍ରୀନବର୍ଗ । ମାତ୍ର ବିବାହର କିଛିଦିନ ପୂର୍ବରୁ ହଠାତ୍‌ କରୋନାରେ ପୀଡ଼ିତ ହୋଇଥିଲେ ବର ସାମ୍। ତେବେ ଏହା ଦ୍ବାରା ସେମାନଙ୍କ ବିବାହ ଅଟକି ନାହିଁ। ବରଂ ବିନା ବରରେ ବାହା ହୋଇଛନ୍ତି ଅମାଣ୍ଡା। ଯୋଜନା ମୁତାବକ ବିବାହର ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲେ ହେଁ ସେଥିରେ ସାମିଲ ହୋଇ ପାରିନଥିଲେ ସାମ୍। ତେବେ ସାମ୍‌ଙ୍କ ବଦଳରେ ବିବାହରେ ସ୍ଥାନ ପାଇଥିଲା ତାଙ୍କର କାର୍ଡବୋର୍ଡ କଟ୍‌ଆଉଟ୍। ଯାହାକି ଦେଖିବାକୁ ଅବିକଳ ସାମ୍‌ଙ୍କ ସଦୃଶ। ସାମ୍‌ଙ୍କ କାର୍ଡବୋର୍ଡ କଟ୍‌ଆଉଟ୍‌କୁ ଧରି ଅମାଣ୍ଡା ବିବାହର ସବୁ ରୀତିନୀତି ପାଳନ କରିଥିଲେ। ତେବେ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ତାହା ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛି। ଏହା ସହ ଲୋକମାନେ ସାମ୍‌ଙ୍କ କାର୍ଡବୋର୍ଡ କଟ୍‌ଆଉଟ୍‌କୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

About The Author: The Sakala