ଅଧାରେ ରହିଗଲା ବାହାଘର, ବରକୁ ଉଠାଇ ନେଲା ପୁଲିସ

ଭୁବନେଶ୍ୱର: ବର ଆସିଲା ବର ବେଶରେ। ହେଲେ ଅଧରା ରହିଗଲା ବାହାଘର। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ସହରର ଝୁପୁଡିପଡା ଅଞ୍ଚଳରେ। ବର ବେଶରେ ବାହା ହେବାକୁ ଆସିଥିବା ଯୁବକକୁ ସୋନପୁର ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଇଛାପୁର ଗାଁର ଅମଜାତ ଖାଁ ବାହା ହେବା ପାଇଁ ସୋନପୁର ଆସିଥିଲେ। ହେଲେ ତାଙ୍କର ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିଲା। ଏନେଇ […]

ଭୁବନେଶ୍ୱର: ବର ଆସିଲା ବର ବେଶରେ। ହେଲେ ଅଧରା ରହିଗଲା ବାହାଘର। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ସହରର ଝୁପୁଡିପଡା ଅଞ୍ଚଳରେ। ବର ବେଶରେ ବାହା ହେବାକୁ ଆସିଥିବା ଯୁବକକୁ ସୋନପୁର ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ ଇଛାପୁର ଗାଁର ଅମଜାତ ଖାଁ ବାହା ହେବା ପାଇଁ ସୋନପୁର ଆସିଥିଲେ। ହେଲେ ତାଙ୍କର ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିଲା। ଏନେଇ ଗତ ୨୭ ତାରିଖରେ ବୋଲଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଯାହାକୁ ଆଧାର କରି ପୁଲିସ ବରକୁ ଉଠାଇ ଉଠାଇ ଆଣି ଥାନାରେ ଅଟକ ରଖିଛି। ଅନ୍ଯପକ୍ଷରେ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରର ବାପା।

About The Author: The Sakala