ବିବାହ ଉତ୍ସବରେ ନିଜ ଖାଇବା ଖର୍ଚ୍ଚ ନିଜେ ଉଠାଇବେ ଅତିଥି; ଏଭଳି ଅଜବ ସର୍ତ୍ତ ରଖିଛନ୍ତି ଏହି ମଡେଲ…

ପ୍ରତିଦିନ ବାହାଘରକୁ ନେଇ ଅନେକ ରୋଚକ ଖବର ସବୁ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନର ହଟଫୋର୍ଡସାୟାରରେ ରହୁଥିବା କାର୍ଲା ବେଲୁସୀ ନାମ୍ନୀ ଜଣେ ମଡେଲ୍‌ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖି ଚର୍ଚ୍ଚାକୁ ଆସିଛନ୍ତି। କାର୍ଲାଙ୍କ ସର୍ତ୍ତ ମୁତାବିକ, ତାଙ୍କ ଆଲିସାନ୍‌ ବାହାଘରରେ ଯୋଗ ଦେବା ପାଇଁ ଇଚ୍ଛୁକ ଅତିଥି ନିଜ ଖାଇବା ଖର୍ଚ୍ଚ ନିଜେ ଉଠାଇବେ। ତେବେ କାର୍ଲାଙ୍କ ଏହି ବାହାଘରରେ ୩୦ ଜଣ ଅତିଥି ଯୋଗଦେବେ। ଏହି ଅତିଥିମାନେ ସେମାନଙ୍କର ୯୦୦୦ […]

ପ୍ରତିଦିନ ବାହାଘରକୁ ନେଇ ଅନେକ ରୋଚକ ଖବର ସବୁ ପ୍ରକାଶ ପାଉଛି। ଏହି ପରିପ୍ରେକ୍ଷୀରେ ବ୍ରିଟେନର ହଟଫୋର୍ଡସାୟାରରେ ରହୁଥିବା କାର୍ଲା ବେଲୁସୀ ନାମ୍ନୀ ଜଣେ ମଡେଲ୍‌ ବିବାହ ପାଇଁ ଏକ ଅଜବ ସର୍ତ୍ତ ରଖି ଚର୍ଚ୍ଚାକୁ ଆସିଛନ୍ତି। କାର୍ଲାଙ୍କ ସର୍ତ୍ତ ମୁତାବିକ, ତାଙ୍କ ଆଲିସାନ୍‌ ବାହାଘରରେ ଯୋଗ ଦେବା ପାଇଁ ଇଚ୍ଛୁକ ଅତିଥି ନିଜ ଖାଇବା ଖର୍ଚ୍ଚ ନିଜେ ଉଠାଇବେ। ତେବେ କାର୍ଲାଙ୍କ ଏହି ବାହାଘରରେ ୩୦ ଜଣ ଅତିଥି ଯୋଗଦେବେ। ଏହି ଅତିଥିମାନେ ସେମାନଙ୍କର ୯୦୦୦ ଟଙ୍କାର ଖାଇବା ଖର୍ଚ୍ଚ ନିଜେ ଭରଣା କରିବେ । କାର୍ଲାଙ୍କର ବୟସ ୪୦, ସେ ଚାରୋଟି ସନ୍ତାନର ମା’। ବହୁତ ଜଲଦି ସେ ତାଙ୍କ ୫୨ ବର୍ଷୀୟ ପ୍ରେମିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ବିବାହ ପୂର୍ବରୁ ତାଙ୍କର ଏପରି ଅଜବ ସର୍ତ୍ତ ଶୁଣି ଅନେକ ଆଶ୍ଚର୍ଯ୍ୟ ପ୍ରକଟ ମଧ୍ୟ କରିଛନ୍ତି। କାର୍ଲାଙ୍କର ବିବାହ ଖର୍ଚ୍ଚ ୩୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କାର୍ଲା ଏକ ପଞ୍ଚ ତାରକା ହୋଟେଲରେ ବିବାହ ବନ୍ଧନରେ ଆବଦ୍ଧ ହେବେ । ସେ ତାଙ୍କର ଅର୍ଜିତ ସମସ୍ତ ଅର୍ଥକୁ ବିବାହରେ ଖର୍ଚ୍ଚ କରିବାକୁ ଚାହୁଁନାହାନ୍ତି, ସେଥିପାଇଁ ସେ ବିବାହରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସମ୍ମୁଖରେ ଏଭଳି ଏକ ଅଭାବନୀୟ ସର୍ତ୍ତ ରଖିଛନ୍ତି।

About The Author: The Sakala