ଖାଦ୍ୟ ସିଧାସଳଖ ଆମର ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି ପରିପ୍ରେକ୍ଷୀରେ ବାସ୍ତୁଶାସ୍ତ୍ରରେ ଖାଦ୍ୟ ଗ୍ରହଣ କରିବା ପାଇଁ କିଛି ନିୟମ ରହିଛି। ଏହିସବୁ ନିୟମ ନ ମାନିଲେ, ପରିବାରର ସଦସ୍ୟମାନେ ରୋଗରେ ପୀଡ଼ିତ ହେବା ସହିତ ସୁଖସମୃଦ୍ଧି ହ୍ରାସ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା ଏସମ୍ପର୍କିତ କିଛି ବାସ୍ତୁ ନିୟମ…
-
ବାସ୍ତୁଶାସ୍ତ୍ର ଅନୁସାରେ, ଭୋଜନ କରିବା ପାଇଁ ପୂର୍ବ ଦିଗ ସବୁଠାରୁ ଉତ୍ତମ ହୋଇଥାଏ। ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ। ଏହାଦ୍ବାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଖାଦ୍ୟ ଶୀଘ୍ର ହଜମ ହେବା ସହ ଆୟୁ ବୃଦ୍ଧି ହୋଇଥାଏ।
-
ଉତ୍ତର ଦିଗ ଆଡ଼କୁ ମୁହଁ କରି ଭୋଜନ ଗ୍ରହଣ କରିବା ମଧ୍ୟ ଭଲ। ଏହାଦ୍ବାରା ଅବସାଦ, ଚିନ୍ତା ଦୂର ହେବା ସହ ଶାରୀରିକ ଓ ମାନସିକ ସମସ୍ୟା ଦୂର ହୁଏ। ବାସ୍ତୁ ଅନୁଯାୟୀ ଧନ, ବିଦ୍ୟା ଓ ଜ୍ଞାନ ପ୍ରାପ୍ତି ପାଇଁ ବ୍ୟକ୍ତିକୁ ସବୁବେଳେ ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଉଚିତ। କ୍ୟାରିୟର୍ ଆରମ୍ଭ କରୁଥିଲେ, ଉତ୍ତର ଦିଗକୁ ମୁହଁ କରି ଖାଦ୍ୟ ଖାଆନ୍ତୁ।
-
ଯେଉଁ ଲୋକମାନେ ବ୍ୟବସାୟ କରୁଛନ୍ତି କିମ୍ବା ଚାକିରିରେ ଉନ୍ନତି ଚାହୁଁଛନ୍ତି, ସେମାନେ ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ଗ୍ରହଣ କରିବା ଉଚିତ। ଏହାଦ୍ବାରା ଆର୍ଥିକ ଉନ୍ନତି ହୋଇଥାଏ।
-
କେବେ ମଧ୍ୟ ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ଗ୍ରହଣ କରନ୍ତୁ ନାହିଁ। ବାସ୍ତୁ ଅନୁସାରେ, ଏହା ହେଉଛି ଯମଙ୍କର ଦିଗ। ତେଣୁ ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ବାରା ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ।