ସାଧାରଣତଃ ପ୍ରାୟ ସମସ୍ତଙ୍କ ଘରେ ମୂଷା ଦେଖିବାକୁ ମିଳିଥାନ୍ତି। ଧାର୍ମିକ ଦୃଷ୍ଟିକୋଣରୁ ମୂଷାକୁ ଭଗବାନ ଗଣେଶଙ୍କ ବାହନ ଭାବରେ ବିବେଚନା କରାଯାଏ। କିନ୍ତୁ ଶକୁନ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ମୂଷାଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇବା କିମ୍ବା ସେମାନଙ୍କର ଅସ୍ୱାଭାବିକ ଆଚରଣ ଭବିଷ୍ୟତରେ ଘଟିବାକୁ ଥିବା ଅନେକ ଶୁଭ ଓ ଅଶୁଭ ଘଟଣାର ସଙ୍କେତ ଦେଇଥାଏ। ଆସନ୍ତୁ ଜାଣିବା ମୂଷାଙ୍କ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଶକୁନ ଏବଂ ଅପଶକୁନ ସମ୍ପର୍କରେ।
ଘରେ ହଠାତ୍ ମୂଷାଙ୍କ ସଂଖ୍ୟା ବୃଦ୍ଧି
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ହଠାତ୍ ମୂଷାମାନଙ୍କ ସଂଖ୍ୟା ବଢ଼ିଯାଏ ଏବଂ ଅନେକ ଚେଷ୍ଟା ସତ୍ତ୍ୱେ ସେମାନେ ଘରୁ ନଯାଆନ୍ତି, ତେବେ ଏହାକୁ ଏକ ବଡ଼ ଅପଶକୁନ ବୋଲି ଧରାଯାଏ। ଏହା ସଙ୍କେତ ଦେଇଥାଏ ଯେ ଘର ଉପରକୁ କୌଣସି ଏକ ବଡ଼ ସମସ୍ୟା ବା ବିପଦ ଆସିବାକୁ ଯାଉଛି। ଏପରି ପରିସ୍ଥିତିରେ ପରିବାର ସଦସ୍ୟମାନେ ସତର୍କ ରହିବା ଆବଶ୍ୟକ।
ବଡ଼ ବଡ଼ ଗାତ କରିବା ଓ ଶତ୍ରୁ ଭୟ
ମୂଷାମାନେ ଯଦି ଘର ଭିତରେ ବଡ଼ ବଡ଼ ବିଳ ବା ଗାତ କରି ରହୁଛନ୍ତି ଏବଂ ଘଉଡାଇବା ପରେ ମଧ୍ୟ ଯାଉନାହାଁନ୍ତି, ତେବେ ଏହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରେ। ଶକୁନ ଶାସ୍ତ୍ର ମୁତାବକ, ଏହା ସୂଚାଇଥାଏ ଯେ କୌଣସି ଗୁପ୍ତ ଶତ୍ରୁ ଆପଣଙ୍କର ବଡ଼ କ୍ଷତି କରିପାରନ୍ତି। ତେଣୁ ଏହି ସମୟରେ ଆପଣଙ୍କୁ ଅଧିକ ସାବଧାନ ରହିବାକୁ ପଡିବ।
ଆସବାବପତ୍ର କାଟିବା ଓ ଆର୍ଥିକ କ୍ଷତି
ମୂଷାମାନେ ଯଦି ଘରର ଦରକାରୀ ଜିନିଷ, କାଗଜପତ୍ର କିମ୍ବା ଲୁଗାପଟା କାଟିବା ଆରମ୍ଭ କରନ୍ତି, ତେବେ ଏହାକୁ ଅତ୍ୟନ୍ତ ଅଶୁଭ ବୋଲି ଧରାଯାଏ। ଏହା ସଙ୍କେତ ଦିଏ ଯେ ଆଗାମୀ ଦିନରେ ଘରର ସୁଖ-ସମୃଦ୍ଧି ହ୍ରାସ ପାଇବା ସହ ଆର୍ଥିକ କ୍ଷତି ଘଟିପାରେ। ଘରେ ଦାରିଦ୍ର୍ୟତା ଆସିବାର ଏହା ଏକ ପୂର୍ବ ସୂଚନା ବୋଲି ବିଶ୍ୱାସ କରାଯାଏ।
ଛଚୁନ୍ଦ୍ରା ଦେଖାଯିବା ଶୁଭ ନା ଅଶୁଭ?
ଘରେ ସାଧାରଣ ମୂଷାଙ୍କ ବୃଦ୍ଧି ଅଶୁଭ ହୋଇଥିବା ବେଳେ, ଛଚୁନ୍ଦ୍ରା ଦେଖାଯିବା ଏକ ଶୁଭ ସଙ୍କେତ ଅଟେ। ମାନ୍ୟତା ରହିଛି ଯେ ଛଚୁନ୍ଦ୍ରା ହେଉଛନ୍ତି ମାତା ଲକ୍ଷ୍ମୀଙ୍କ ସ୍ୱରୂପ। ଯଦି ସେମାନେ ଧାଡ଼ି ବାନ୍ଧି ଘରକୁ ଆସନ୍ତି, ତେବେ ଏହା ଦ୍ୱାରା ଧନ ଲାଭ ହୋଇଥାଏ। କିନ୍ତୁ ରାତି ସମୟରେ ଘରେ ସେମାନଙ୍କର ଶବ୍ଦ କରିବା ବା କାନ୍ଦିବା ଅଶୁଭ ବୋଲି ବିବେଚନା କରାଯାଏ, ଯାହା କୌଣସି ବଡ଼ ସମସ୍ୟାକୁ ନିମନ୍ତ୍ରଣ କରିଥାଏ।
ଏହିପରି ଭାବରେ, ଘରେ ମୂଷାମାନଙ୍କର ଗତିବିଧିକୁ ନଜରଅନ୍ଦାଜ ନକରି ବାସ୍ତୁ ଟିପ୍ସ ଅନୁଯାୟୀ ଏହାର ପ୍ରତିକାର କରିବା ଉଚିତ୍। ଘରକୁ ସଫା ସୁତୁରା ରଖିବା ଦ୍ୱାରା ଅନେକ ଅଶୁଭ ଘଟଣାରୁ ବର୍ତ୍ତି ହେବ।