କିଛି ଜିନିଷକୁ ଘରେ ରଖି ବିଭିନ୍ନ ସମସ୍ୟାକୁ ଦୂର କରାଯାଇ ପାରିବ ବୋଲି ଫେଙ୍ଗସୁଇରେ ସୂଚନା ଦିଆଯାଇଛି। ଲାଫିଙ୍ଗ୍ ବୁଦ୍ଧ, ବାଉଁଶ ଗଛ ପରି ଫେଙ୍ଗସୁଇରେ ଓଟର ଶୋ’ ପିସ୍କୁ ଘରେ ରଖିବା ପାଇଁ କୁହାଯାଇଛି। ଯେଉଁମାନେ କ୍ୟାରିୟର କିମ୍ବା ବ୍ୟବସାୟରେ ବାରମ୍ବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସଫଳତା ମିଳୁନାହିଁ, ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରେ ଓଟର ଶୋ’ ପିସ୍ ରଖିବା ଦରକାର।
–ବ୍ୟାବସାୟିକ ଲାଭ ପାଇଁ ଓଟର ମୂର୍ତ୍ତିକୁ କାର୍ଯ୍ୟାଳୟରେ ରଖନ୍ତୁ। ଏହା ଦ୍ବାରା ବ୍ୟବସାୟ ସହିତ ଜଡ଼ିତ ଥିବା ବ୍ୟକ୍ତି ଏବଂ କର୍ମଚାରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଦୃଢ଼ ହୋଇଥାଏ।
–ପଢ଼ାଘରେ ଓଟ ମୂର୍ତ୍ତି ରଖିବା ଦ୍ବାରା ଏକାଗ୍ରତା ବଢ଼ିଥାଏ। କ୍ୟାରିୟର୍ରେ ସଫଳତା ପାଇଁ ଅଫିସ୍ରେ ଏହାକୁ ରଖନ୍ତୁ।
–ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଓଟ ଯୋଡ଼ାର ମୂର୍ତ୍ତି ଆଣି ଘରେ ରଖନ୍ତୁ।
–ଜୀବନରେ ଆସୁଥିବା ବିଭିନ୍ନ ପ୍ରକାର ଦ୍ବନ୍ଦ୍ବ ଦୂର କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳ ଆଡ଼କୁ ଯାଉଥିବା ଓଟର ଫଟୋ କିମ୍ବା ପ୍ରତିମାକୁ ଘରେ କିମ୍ବା କାର୍ଯ୍ୟାଳୟରେ ରଖିପାରିବେ। ଏହାଦ୍ବାରା ସହନଶୀଳତା ବୃଦ୍ଧି ହେବା ସହ ସଠିକ୍ ନିର୍ଣ୍ଣୟ ନେବାର କ୍ଷମତା ବଢ଼ିଥାଏ।
–ସକାରାତ୍ମକ ଓ ଖୁସିପୂର୍ଣ୍ଣ ବାତାବରଣ ପାଇଁ ଗୋଟିଏ, ଦୁଇଟି ବା ଅନେକ ଯୋଡ଼ା ଓଟର ଫଟୋ ବା ମୂର୍ତ୍ତି ଡ୍ରଇଂ ରୁମ୍ରେ ଉତ୍ତର-ପଶ୍ଚିମ ଦିଗରେ ରଖନ୍ତୁ। ଏହା ଯୋଗୁଁ ପରିବାର ସଦସ୍ୟଙ୍କ ମାନସିକ ସ୍ଥିତି ଭଲ ରୁହେ।