ଫେଙ୍ଗ୍ସୁଇରେ ଏମିତି ଅନେକ ଜିନିଷ ଥାଏ, ଯାହାକି ନକାରାତ୍ମକ ଶକ୍ତିକୁ ଦୂରେଇ ଦେବାରେ ସାହାଯ୍ୟ କରିଥାଏ। ସେମିତି ଗୋଟିଏ ଜିନିଷ ହେଉଛି ଫେଙ୍ଗ୍ସୁଇ ବେଙ୍ଗ। ତେବେ ଆସନ୍ତୁ ଜାଣିବା ଏହାର ଉପକାରିତା।
- ଫେଙ୍ଗ୍ସୁଇ ବେଙ୍ଗକୁ ମୁଖ୍ୟ କବାଟ ପାଖରେ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରେନାହିଁ। ଏହା ସହିତ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆସିଥାଏ।
- ରୋଷେଇ ଘର କିମ୍ବା ଟଏଲେଟ୍ ପାଖରେ ଫେଙ୍ଗ୍ସୁଇ ବେଙ୍ଗକୁ ରଖନ୍ତୁ ନାହିଁ। ଏହାଦ୍ବାରା ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ।
- ପାଟିରେ କଏନ୍ ଧରିଥିବା କିମ୍ବା କଏନ୍ ଉପରେ ବସିଥିବା ଫେଙ୍ଗ୍ସୁଇ ବେଙ୍ଗ ଘରେ ରଖିବା ଦ୍ବାରା ଘରର ଉତ୍ତରୋତ୍ତର ଉନ୍ନତି ହୋଇଥାଏ।
- ଫେଙ୍ଗ୍ସୁଇ ବେଙ୍ଗକୁ ସିଧାସଳଖ ଭୂମି ଉପରେ ନ ରଖି ଉଚ୍ଚ ସ୍ଥାନରେ ଲାଲ୍ କାଗଜ କିମ୍ବା ଲାଲ୍ ରଙ୍ଗର କପଡ଼ା ଉପରେ ରଖିବା ଉଚିତ।