ଅଜବ ଟ୍ରେଣ୍ଡ୍: ୨୨ କ୍ୟାରେଟ୍‌ର ବଡ଼ା ପାଓ

ସମ୍ପ୍ରତି ଖାଦ୍ୟ ଜିନିଷକୁ ନେଇ ଅଜବ ଟ୍ରେଣ୍ଡ୍ ସବୁ ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ କିଛି ଖାଦ୍ୟ ପଦାର୍ଥ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଥିବାର ଦେଖାଯାଉଛି। ତେବେ ଏବେ ଏକ ୨୨ କ୍ୟାରେଟ୍ ସୁନାର ବଡ଼ା ପାଓ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୁମ୍ବାଇର ଏହି ପ୍ରସିଦ୍ଧ ତଥା ସ୍ବାଦିଷ୍ଟ ଷ୍ଟ୍ରିଟ୍‌ଫୁଡ୍‌ ଏବେ ଦୁବାଇରେ ଭିନ୍ନ ତରିକାରେ ପ୍ରସ୍ତୁତ କରାଯାଇଛି। ‘ଓ ପାଓ’ ରେସ୍ତୋରାଁ ପ୍ରଥମଥର ପାଇଁ ୨୨ କ୍ୟାରେଟ୍ ସୁନାର ବଡ଼ା ପାଓକୁ ଗ୍ରାହକମାନଙ୍କ […]

ସମ୍ପ୍ରତି ଖାଦ୍ୟ ଜିନିଷକୁ ନେଇ ଅଜବ ଟ୍ରେଣ୍ଡ୍ ସବୁ ଦେଖିବାକୁ ମିଳୁଛି। ଏ ଦୃଷ୍ଟିରୁ କିଛି ଖାଦ୍ୟ ପଦାର୍ଥ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହେଉଥିବାର ଦେଖାଯାଉଛି। ତେବେ ଏବେ ଏକ ୨୨ କ୍ୟାରେଟ୍ ସୁନାର ବଡ଼ା ପାଓ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୁମ୍ବାଇର ଏହି ପ୍ରସିଦ୍ଧ ତଥା ସ୍ବାଦିଷ୍ଟ ଷ୍ଟ୍ରିଟ୍‌ଫୁଡ୍‌ ଏବେ ଦୁବାଇରେ ଭିନ୍ନ ତରିକାରେ ପ୍ରସ୍ତୁତ କରାଯାଇଛି। ‘ଓ ପାଓ’ ରେସ୍ତୋରାଁ ପ୍ରଥମଥର ପାଇଁ ୨୨ କ୍ୟାରେଟ୍ ସୁନାର ବଡ଼ା ପାଓକୁ ଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରିଛି। ଏହାର ମୂଲ୍ୟ ରହିଛି ଦୁଇ ହଜାର ଟଙ୍କା। ମସରତ୍ ଦାଉଦ୍ ନାମକ ଜଣେ ଟ୍ବିଟର୍‌ ୟୁଜର୍ସ ଏହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏହାକୁ ୨୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରୁ ଦେଖିବାକୁ ମିଳୁଛି ଯେ, ଗୋଟିଏ କାଠ ବାକ୍ସରେ ଏହାକୁ ପରଷା ଯାଇଛି। ବାକ୍ସଟିକୁ ଖୋଲିଲେ ସେଥିରୁ ନାଇଟ୍ରୋଜେନ୍ ଗ୍ୟାସ୍‌ ବାହାରୁଛି। ଏହି ବଡା ପାଓ ସହିତ ପରଷା ଯାଇଛି ଫ୍ରେଞ୍ଜ ଫାଏଜ୍ ଓ ମିଣ୍ଟ ଲେମୋନଏଡ୍‌। ଏହି ପାଓକୁ ଟଫଲ ବଟର ଓ ଚିଜ୍‌ରେ ପ୍ରସ୍ତୁତ କରାଯାଇଛି। ଏହା ସହିତ ଏଥିରେ ଘର ତିଆରି ମିଣ୍ଟ୍ ମାୟୋନିଜର ବ୍ୟବହାର କରାଯାଇଛି। ତେେବ ଏଥିରେ ଥିବା ଆଳୁ ଡମପଲିଂକୁ ୨୨ କ୍ୟାରେଟ୍ ସୁନାରେ ଗୁଡ଼ା ଯାଇଛି। ସେଥିପାଇଁ ଏହାର ଦାମ୍‌ ଏତେ ଅଧିକ ବୋଲି କୁହାଯାଇଛି। ଅବଶ୍ୟ ଦୁବାଇ ଏହା ପୂର୍ବରୁ ୨୪ କ୍ୟାରେଟ୍ ଗୋଲ୍ଡ ବର୍ଗର, ଆଇସ୍‌କ୍ରିମ୍‌, ଫ୍ରେଞ୍ଚ୍‌ ଟୋଷ୍ଟ୍‌ ଓ ରୟାଲ ଗୋଲ୍ଡ ବିରିଆନିକୁ ଜନ ମାନସରେ ପରିଚିତ କରାଇସାରିଛି।

About The Author: The Sakala