ଦୁବାଇ ଯିବେ ମୟୂରଭଞ୍ଜ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବୁଢୀ ଅପା

The Sakala Picture
Published On

ବାରିପଦା: ମୟୂରଭଞ୍ଜର ବୁଢ଼ୀ ଅପା ଯିବ ଦୁବାଇ । ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରୀୟା ଦାସଙ୍କ ପ୍ରୀୟ ନାମ ବୁଢୀ ଅପା । ବାର୍ଦ୍ଧକ୍ୟ ଛୁଇଁ ନଥିଲେ ହେଁ ନିଜର ଦକ୍ଷତା ଓ ସଙ୍ଗଠନର ନେତୃତ୍ୱ ନେଇ ସଫଳତାର ସିଡି ଛୁଇଁ ଥିବା ବିଷ୍ଣୁପ୍ରୀୟା ତାଙ୍କ ବାପା-ମା’ ଦେଇଥିବା ନାମ(ବୁଢୀ)ର ଯଥାର୍ଥତା ପ୍ରତିପାଦନ କରିଛନ୍ତି । ରାଜ୍ୟ ମିଶନଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକାମାନଙ୍କ ବିଦେଶ ଯାତ୍ରା କାର୍ଯ୍ୟକ୍ରମରେ […]

ବାରିପଦା: ମୟୂରଭଞ୍ଜର ବୁଢ଼ୀ ଅପା ଯିବ ଦୁବାଇ । ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରୀୟା ଦାସଙ୍କ ପ୍ରୀୟ ନାମ ବୁଢୀ ଅପା । ବାର୍ଦ୍ଧକ୍ୟ ଛୁଇଁ ନଥିଲେ ହେଁ ନିଜର ଦକ୍ଷତା ଓ ସଙ୍ଗଠନର ନେତୃତ୍ୱ ନେଇ ସଫଳତାର ସିଡି ଛୁଇଁ ଥିବା ବିଷ୍ଣୁପ୍ରୀୟା ତାଙ୍କ ବାପା-ମା’ ଦେଇଥିବା ନାମ(ବୁଢୀ)ର ଯଥାର୍ଥତା ପ୍ରତିପାଦନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ରାଜ୍ୟ ମିଶନଶକ୍ତି ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକାମାନଙ୍କ ବିଦେଶ ଯାତ୍ରା କାର୍ଯ୍ୟକ୍ରମରେ ସେ ସ୍ଥାନ ପାଇଛନ୍ତି। ସମଗ୍ର ରାଜ୍ୟରୁ ୧୦ ଜଣ ଅଗ୍ରଣୀ ମହିଳାମାନଙ୍କୁ ଉତ୍ସାହିତ କରିବାକୁ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଦୁବାଇ ପଠାଯାଉଛି। ସେମାନଙ୍କ ମଧ୍ୟରେ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରିୟା ଦାସ ଅନ୍ତର୍ଭୁକ୍ତ। ଆସନ୍ତା ୧୫ ତାରିଖ ଦିନ ସେମାନେ ଭୁବନେଶ୍ୱରରୁ ଦୁବାଇ ଯାତ୍ରା କରିବେ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

ରାଜ୍ୟର ମୋଟ ୧୦ଟି ଜିଲ୍ଲାରୁ ୧୦ ଜଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଦୁବାଇ ଯାତ୍ରା କରିବେ। ମୟୂରଭଞ୍ଜ ସମେତ କେନ୍ଦ୍ରାପଡ଼ା, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ, ରାୟଗଡ଼ା, କଳାହାଣ୍ଡି, ଯାଜପୁର, ବାଲେଶ୍ବର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମହିଳା ସ୍ୱୟଂ ସହାୟିକା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ।

ଆହୁରି ପଢ଼ନ୍ତୁ: ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମହିଳା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ବିଶେଷ କରି ବିଷ୍ଣୁପ୍ରୀୟାଙ୍କ ନିଜ ମୋରଡା ବ୍ଲକ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯାତ୍ରା ସଫଳତା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ କେକ କାଟି ଖୁସି ମନାଇଥିଲେ। ପ୍ରତ୍ୟୁତ୍ତରରେ ବିଷ୍ଣୁପ୍ରୀୟା ତାଙ୍କ ଜୀବନର ନିଷ୍ଠା ଓ ସାଧନା ବଖାଣିବା ସହିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କୁ ପ୍ରତ୍ସାହିତ କରିବା ପାଇଁ ଯେଉଁ ବଳିଷ୍ଠ ପଦକ୍ଷେପ, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ ବାସ୍ତବରେ ପରିଣତ କରିବାକୁ ଯେଉଁ ବଳିଷ୍ଠ ପଦକ୍ଷେପ ନେଉଛନ୍ତି, ସେଥିପାଇଁ ୫-ଟି ସଚିବ ଭି କେ ପାଣ୍ଡିଆନ ଏବଂ ମିଶନଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଷ୍ଣୁପ୍ରୀୟା ଜଣେ ଉଚ୍ଚଶିକ୍ଷିତା ମହିଳା ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା କେବଳ ମୋରଡା ବ୍ଲକ ଭିତରେ ସୀମିତ ନ ରଖି ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଆରମ୍ଭ କରି ଆଜି ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ହୋଇ ପାରିଛନ୍ତି। ସେଥିପାଇଁ ସେ ମହିଳା ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି। ବର୍ତ୍ତମାନ ମୟୂରଭଞ୍ଜ ଜିଲ୍ଲାରେ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ଅଧୀନରେ ବିଷ୍ଣୁପ୍ରୀୟାଙ୍କ ନେତୃତ୍ବରେ ୪୦ହଜାର ମହିଳା ସ୍ବୟଂ ସୟାୟିକା ଗ୍ରୁପ ପରିଚାଳିତ ହେଉଥିବା ବେଳେ ୪ଲକ୍ଷ ୪୪ହଜାର ସଦସ୍ୟା ରହିଛନ୍ତି ।

ବିଷ୍ଣୁପ୍ରିୟା ଉଚ୍ଚଶିକ୍ଷା ଲାଭ ପରେ ଏକ ଛାତ୍ରୀନିବାସରେ ୱ।ର୍ଡେନ ଭାବେ ଚାକିରି ଆରମ୍ଭ କରିଥିଲେ। ପରେ ପରେ ଜଣେ ଛଉ ନୃତ୍ୟ ଶିକ୍ଷୟିତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ବାପାଙ୍କ ପ୍ରେରଣାରେ ସେ ସମାଜ ସେବାକୁ ଆଦରି ନେଇ ଆଉ ପଛକୁ ଫେରି ନାହାଁନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର