‘ଅଗ୍ନିବୀର’ପାଇଁ ଅନ୍‌‌ଲାଇନ୍‌‌ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଛି। ପ୍ରଥମ ଫିଲ୍ଟର ଭାବରେ ଅନ୍‌‌ଲାଇନ୍‌‌ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରବର୍ତ୍ତନ କରିଛି। ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌‌ଲାଇନ୍‌‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌‌ଲାଇନ୍‌‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.inୱେବ୍‌‌ସାଇଟ୍‌‌ରେ ଆବେଦନ କରିପାରିବେ। ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ […]

ଭୁବନେଶ୍ୱର: ଭାରତୀୟ ସେନା ଏହାର ନିଯୁକ୍ତି ପ୍ରକ୍ରିୟାରେ ସଂସ୍କାର ଆଣିଛି। ପ୍ରଥମ ଫିଲ୍ଟର ଭାବରେ ଅନ୍‌‌ଲାଇନ୍‌‌ ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରବର୍ତ୍ତନ କରିଛି। ଅଗ୍ନିବୀର ଯୋଜନାରେ ନିଯୁକ୍ତି ନିମନ୍ତେ ଅନ୍‌‌ଲାଇନ୍‌‌ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜ୍ଞପ୍ତିରେ ଦିଆଯାଇଥିବା ବିଭିନ୍ନ ବୟସ ବର୍ଗର ଯୋଗ୍ୟ ଆଶାୟୀମାନେ ସାଧାରଣ ପ୍ରବେଶିକା ପରୀକ୍ଷାରେ ଯୋଗଦେବା ପାଇଁ ଅନ୍‌‌ଲାଇନ୍‌‌ରେ ଚଳିତ ଫେବୃଆରୀ ୧୬ରୁ ମାର୍ଚ୍ଚ ୧୫ ତାରିଖ ମଧ୍ୟରେ www.joinindianarmy.nic.inୱେବ୍‌‌ସାଇଟ୍‌‌ରେ ଆବେଦନ କରିପାରିବେ।

ଚଳିତ ବର୍ଷଠାରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଆଶାୟୀଙ୍କୁ କମ୍ପ୍ୟୁଟର ଆଧାରିତ ସାଧାରଣ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ। ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କୁ ଅନ୍‌‌ଲାଇନ୍‌‌ରେ ୨୫୦ ଟଙ୍କା ଫି ଦେବାକୁ ପଡ଼ିବ। ଅନ୍‌‌ଲାଇନ୍‌‌ ସାଧାରଣ ପ୍ରବେଶିକା ପରୀକ୍ଷା ୨୦୨୩ ଅପ୍ରେଲ ୧୭ରୁ ମଇ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଆୟୋଜନ କରାଯିବ। ଆଶାୟୀଙ୍କ ସାହାଯ୍ୟ ନିମନ୍ତେ କମ୍ପ୍ୟୁଟର ଆଧାରିତ ଅଭ୍ୟାସ ପରୀକ୍ଷା www.joinindianarmy.nic.in ୱେବ୍‌‌ସାଇଟ୍‌‌ରେ ଉପଲବ୍ଧ ରହିଛି। ଓଡ଼ିଶାର ଅନୁଗୋଳ, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ସମ୍ୱଲପୁର ଆଦି ଜିଲ୍ଲାର ଇଚ୍ଛୁକ ପ୍ରାର୍ଥୀମାନେ ଅଧିକ ସୂଚନା ପାଇଁ ସେବା ନିଯୁକ୍ତି କାର୍ଯ୍ୟାଳୟ, ସମ୍ୱଲପୁର ସହିତ ଯୋଗାଯୋଗ କରିପାରିବେ।

About The Author: The Sakala