ସାମରିକ ବିଦ୍ରୋହ ଆଡ଼କୁ ମୁହାଁଉଛି ବାଂଲାଦେଶ !

ଢାକା: ବାଂଲାଦେଶର ମହମ୍ମଦ ୟୁନୁସ୍‌ ସରକାରଙ୍କ ଭାରତ ବିରୋଧୀ ମାନସିକତା ତୀବ୍ର ହେବାରେ ଲାଗିଛି। ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହିତ ଭାରତକୁ ବିପଦରେ ପକାଇବା ଲାଗି ୟୁନୁସ୍‌ ସରକାର ଚୀନ୍‌ ଏବଂ ପାକିସ୍ତାନ ସହ ହାତ ମିଳାଇଛି। ଯାହାର ନମୁନା ଅନେକ ସ୍ତରରେ ଦେଖିବାକୁ ମିଳିଛି। ଭାରତ ସୀମାକୁ ଲାଗି ରହିଥିବା ବାଂଲାଦେଶର ଲାଲ ମୁନିର ହାଟ୍‌ ଏୟାରବେସ୍‌ର ପୁନଃ ନିର୍ମାଣ ଲାଗି ବାଂଲାଦେଶ ସରକାର ଚୀନ୍‌ ସହ ହାତ ମିଳାଇ କାର୍ଯ୍ୟ ଆରମ୍ଭ କରିବାକୁ […]

ଢାକା: ବାଂଲାଦେଶର ମହମ୍ମଦ ୟୁନୁସ୍‌ ସରକାରଙ୍କ ଭାରତ ବିରୋଧୀ ମାନସିକତା ତୀବ୍ର ହେବାରେ ଲାଗିଛି। ଭାରତରେ ଅସ୍ଥିରତା ସୃଷ୍ଟି କରିବା ସହିତ ଭାରତକୁ ବିପଦରେ ପକାଇବା ଲାଗି ୟୁନୁସ୍‌ ସରକାର ଚୀନ୍‌ ଏବଂ ପାକିସ୍ତାନ ସହ ହାତ ମିଳାଇଛି। ଯାହାର ନମୁନା ଅନେକ ସ୍ତରରେ ଦେଖିବାକୁ ମିଳିଛି। ଭାରତ ସୀମାକୁ ଲାଗି ରହିଥିବା ବାଂଲାଦେଶର ଲାଲ ମୁନିର ହାଟ୍‌ ଏୟାରବେସ୍‌ର ପୁନଃ ନିର୍ମାଣ ଲାଗି ବାଂଲାଦେଶ ସରକାର ଚୀନ୍‌ ସହ ହାତ ମିଳାଇ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟତଃ ‘ ଚିକେନ ନେକ୍‌’କୁ ଦୃଷ୍ଟିରେ ରଖି ୟୁନୁସ୍‌ ସରକାର ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡିକରେ ଅସ୍ଥିରତା ସୃଷ୍ଟି କରିବକୁ ମସୁଧା କରିଛନ୍ତି। ଅନ୍ୟପକ୍ଷରେ ଭାରତ ବିରୋଧୀ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ୟୁନୁସ୍‌ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍‌ –ଜମାନଙ୍କୁ ହଟାଇ ତାଙ୍କ ସ୍ଥାନରେ ଜେନେରାଲ ଫୈଜୁର ରହମନଙ୍କୁ ବସାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ୱାକର ଜମାନ ଶେଖ ହସିନାଙ୍କ ସମୟରୁ ସେନା ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି ଏବଂ ଭାରତ ପ୍ରତି ତାଙ୍କର ମାନସିକତା ସ୍ବାଭାବିକ ରହିଛି। ହେଲେ ମହମ୍ମଦ ୟୁନୁସ୍‌ ବାଂଲାଦେଶ ସେନା ଦାୟିତ୍ବ ଫୈଜୁର ରହମନଙ୍କୁ ଦେବାକୁ ପ୍ରସ୍ତୁତି ନେଇଥିବା ଜଣାପଡ଼ିଛି। କ୍ବାର୍ଟର ମାଷ୍ଟର ଜେନେରାଲ ଭାବେ କାର୍ଯ୍ୟ କରୁଥିବା ଜେନେରାଲ ଫୈଜୁର ନିକଟରେ ବାଂଲାଦେଶ ଏନଏସଏ ଖଲିଉର ରହମନଙ୍କୁ ଭେଟିବା ସହିତ ପାକିସ୍ତାନର ଆଇଏସଆଇ ମୁଖ୍ୟ ଅସିମ ମଲିକଙ୍କୁ ମଧ୍ୟ ଭେଟିଛନ୍ତି। ଫୈଜୁର ରହମନଙ୍କ ନେତୃତ୍ବରେ ୟୁନୁସ୍‌ ଭାରତ ବିରୋଧୀ ଯୋଜନା ପ୍ରସ୍ତୁତ କରି ଏହାକୁ ରୂପ ଦେବାକୁ ଚାହୁଁଥÒବା ଆକଳନ କରାଯାଉଛି।

ବବର୍ତ୍ତମାନ ସେନାଧ୍ୟକ୍ଷ ରହିଥିବା ୱାକର ଜମାନ ବାଂଲାଦେଶରେ ତୁରନ୍ତ ନିର୍ବାଚନ କରିବାକୁ ଚାହୁଁଥିଲେ ହେଁ ଫୈଜୁର ୨୦୨୬ରେ ନିର୍ବାଚନ ହେବ ବୋଲି କହୁଛନ୍ତି। ଯାହାକୁ ନେଇ ଦୁଇ ଜେନେରାଲ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ଫଳରେ ଆଗାମୀ ଦିନରେ ବାଂଲାଦେଶ ସେନା ଦୁଇଫାଳ ହେବାର ଆଶଙ୍କା ବଢିବା ସହିତ କୌଣସି ମୁହୂର୍ତ୍ତରେ ସାମରିକ ବିଦ୍ରୋହ ଉଠିପାରେ ବୋଲି ଆକଳନ କରାଯାଉଛି।

About The Author: The Sakala