ବାଂଲାଦେଶରେ ବସ ଦୁର୍ଘଟଣା: ୧୯ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

ଢାକା: ବାଂଲାଦେଶର ମଦାରିପୁର ଜିଲ୍ଲୀ କୁତୁବପୁରରେ ଅଞ୍ଚଳ ପଦ୍ମା ବ୍ରିଜ୍ ଅପ୍ରୋଚ୍ ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ଯ ଜାରି ରଖିଛନ୍ତି । ପୁଲିସ ଷ୍ଟେସନ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର ସକାଳୁ ସକାଳୁ ଢାକା ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଫଳରେ ଏହି […]

ଢାକା: ବାଂଲାଦେଶର ମଦାରିପୁର ଜିଲ୍ଲୀ କୁତୁବପୁରରେ ଅଞ୍ଚଳ ପଦ୍ମା ବ୍ରିଜ୍ ଅପ୍ରୋଚ୍ ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ଯ ଜାରି ରଖିଛନ୍ତି ।

ପୁଲିସ ଷ୍ଟେସନ ଅଧିକାରୀଙ୍କ କହିବା ଅନୁଯାୟୀ, ରବିବାର ସକାଳୁ ସକାଳୁ ଢାକା ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଫଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୯ଜଣ ପ୍ରାଣ ହରାଇଛନ୍ତି । ସେହିପରି ୩୦ରୁ ଅଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତକୁ ଅଗ୍ନିଶମ ବାହୀନି, ପୋଲିସ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ଢାକା ଓ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଇଛି । ତେବେ ବସ୍ ଟାୟାର ଫାଟିବା ଯୋଗୁ ଦୁର୍ଘଟଣା ହୋଇଛି ବୋଲି ପୁଲିସ ଅନୁମାନ କରୁଛି ।

About The Author: The Sakala