ବିଶ୍ବ ବ୍ୟାଙ୍କ ଆକଳନ, ବଢ଼ିବ ଭାରତର ଜିଡିପି ଅଭିବୃଦ୍ଧି

ନୁଆଦିଲ୍ଲୀ : ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଭାରତର ଆଭିବୃଦ୍ଧି ଆକଳନ ବଢ଼ାଇଛି ବିଶ୍ୱ ବ୍ୟାଙ୍କ। ବ୍ୟାଙ୍କ ଦେଶର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି। ଏହା ସହିତ ବିଶ୍ୱବ୍ୟାଙ୍କ କହିଛି ଯେ, ଆମେରିକା, ୟୁରୋପ ଏବଂ ଚୀନ ସହିତ ଘଟଣାକ୍ରମରେ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ବିଶ୍ୱବ୍ୟାଙ୍କ ଗତ ଅକ୍ଟୋବରରେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ହାରକୁ ୬.୫%କୁ ହ୍ରାସ କରିଥିଲା, […]

ନୁଆଦିଲ୍ଲୀ : ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଭାରତର ଆଭିବୃଦ୍ଧି ଆକଳନ ବଢ଼ାଇଛି ବିଶ୍ୱ ବ୍ୟାଙ୍କ। ବ୍ୟାଙ୍କ ଦେଶର ଜିଡିପି ପୁର୍ବାନୁମାନକୁ ୬.୫ରୁ ୬.୯ ପ୍ରତିଶତକୁ ବୃଦ୍ଧି କରିଛି। ଏହା ସହିତ ବିଶ୍ୱବ୍ୟାଙ୍କ କହିଛି ଯେ, ଆମେରିକା, ୟୁରୋପ ଏବଂ ଚୀନ ସହିତ ଘଟଣାକ୍ରମରେ ଭାରତର ଅର୍ଥନୀତି ପ୍ରଭାବିତ ହୋଇଛି। ବିଶ୍ୱବ୍ୟାଙ୍କ ଗତ ଅକ୍ଟୋବରରେ ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ବିଶ୍ୱ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ଭାରତର ଅଭିବୃଦ୍ଧି ହାରକୁ ୬.୫%କୁ ହ୍ରାସ କରିଥିଲା, ଯାହା ପୁର୍ବରୁ ୭.୧% ଥିଲା। ଏବେ ପୁଣିଥରେ ବିଶ୍ୱବ୍ୟାଙ୍କ ଏହାର ପୁର୍ବାନୁମାନରେ ବୃଦ୍ଧି କରିଛି। ତେବେ ସବୁଠୁ ବଡ଼ କଥା ହେଉଛି ଯେ, ଚଳିତ ଆର୍ଥିକବର୍ଷରେ ଭାରତରେ ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିବ ବୋଲି ବ୍ୟାଙ୍କ କହିଛି।

About The Author: The Sakala